AFFILIATE MARKETING

https://binomo.com?a=90810425bb57&t=0

Saturday, November 25, 2023

ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

COASTAL NEWS ODIA 1504

ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ



ପୁରୀ - (CNO) ସରକାରଙ୍କ ବିଚିତ୍ର ନୀତି, ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ବାସ ଉପରେ ଶକ୍ତ ପ୍ରହାର । ଲୋକଲୋଚନକୁ ଆସିଲା ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତା । ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାର୍ତ୍ତିକମାସରେ ମାହାପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁଆସିଥାନ୍ତି ବୟସ୍କମାନେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । କାର୍ତ୍ତିକମାସ ଖାସ କରି ପଞ୍ଚକ ପାଞ୍ଚଦିନ ପ୍ରତିବର୍ଷ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗେ । ବହୁ ସଂଖ୍ୟାରେ ବୟସ୍କ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି । ତେବେ ଏବର୍ଷ ଭକ୍ତଙ୍କ ଭିଡ ପରିଚାଳନାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ନିଜ ଅପାରଗତା କୁ  ଲୁଚାଇବାକୁ ଧର୍ମୀୟ ଭାବନା ଭକ୍ତି ଉପରେ କରିଛି ପ୍ରହାର । 

ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା  ତୀବ୍ର ପ୍ରତିକ୍ରିୟା । ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ । ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ।

ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ, ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...