AFFILIATE MARKETING

https://binomo.com?a=90810425bb57&t=0

Friday, November 17, 2023

ଘାଟ ତଳକୁ ଖସିଲା କାର୍ ବାପା , ପୁଅ ଓ ନାତି ମୃତ ଗୁରୁତର ଅବସ୍ଥାରେ ବୋହୂ ଉଦ୍ଧାର

COASTAL NEWS ODIA 1461

ଘାଟ ତଳକୁ ଖସିଲା କାର୍ ବାପା , ପୁଅ ଓ ନାତି ମୃତ ଗୁରୁତର ଅବସ୍ଥାରେ ବୋହୂ ଉଦ୍ଧାର



ରାଜନନ୍ଦଗାଁଓ (CNO ): ଛତିଶଗଡ଼ର ରାଜନନ୍ଦଗାଁଓରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ କାର୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ପଟାଙ୍ଗି ବ୍ଲକ ଯୋଡ଼ିମାଦିଲି ଘାଟି ତଳକୁ କାର୍ ଖସି ପଡ଼ିବାରୁ ବାପା, ପୁଅ ଏବଂ ନାତି ମୃତ୍ୟୁବରଣ କରିଛନ୍ତି। ବୋହୂ ଅଳ୍ପକେ ବଞ୍ଚି ଯାଇଛି ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । 

ମୃତକ ରାଜନନ୍ଦଗାଁର ନନ୍ଦୁ ଠକର, ତାଙ୍କ ପୁଅ ଗୌରଭ ଠକର ଏବଂ ନାତି ନମନ ଠକର (୯ବର୍ଷ) ବୋଲି ସୂଚନା ମିଳିଛି। ଗତକାଲି ସକାଳେ ଗୌରଭ ପରିବାର ସହ ବିଶାଖାପାଟଣା ବୁଲିବାକୁ ନିଜ କାର୍ (ସିଜି ୦୮ ଏଏନ୍ ୨୩୧୦)ରେ ବାହାରିଥିଲେ। ବିଶାଖାପାଟଣା ପହଞ୍ଚିବାକୁ ଆଉ ଆଉ ମାତ୍ର ୧୩୦କିଲୋମିଟର ରାସ୍ତା ବାକି ଥିବାବେଳେ ପଟାଙ୍ଗି ବ୍ଲକ ରାଲେଗଡା ପଞ୍ଚାୟତର ଯୋଡିମାଦିଲି ଘାଟିରେ କାର୍ ଟି ନିୟନ୍ତ୍ରଣ ହରାଇ ପ୍ରାୟ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା । 

ଆଜି ସକାଳେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ କାରକୁ ଦେଖିବା ପରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେତେବେଳକୁ ନନ୍ଦୁ, ଗୌରଭ ଏବଂ ନମନଙ୍କ ମୃତ୍ୟୁ ହୋଇ ସାରିଥିଲା। କେବଳ ବୋହୂ ଅର୍ଚ୍ଚନା ଠକର ଜୀବିତ ଥିଲେ, କିନ୍ତୁ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଉଦ୍ଧାର ପରେ ବଞ୍ଚିବାକୁ କେମିତି ସଂଘର୍ଷ କରିଥିଲେ କହିଛନ୍ତି ଅର୍ଜନା। 

ହଠାତ୍‌ କାର୍‌ ଘାଟି ତଳକୁ ଦ୍ରୁତଗତିରେ ଖସିବା ଆରମ୍ଭ କରିଥିଲା। ଏହାପରେ ସବୁ କିଛି ଅନ୍ଧାର ହୋଇଗଲା, କଣ ହେଲା କିଛି ଜାଣିନାହାନ୍ତି। କାର୍ ଅଟକିବା ପରେ ସ୍ଵାମୀ, ଶ୍ଵଶୁର ଏବଂ ପୁଅକୁ ଡାକ ପକାଇଥିଲେ। କେହି ଉତ୍ତର ଦେଇନଥିବା ବେଳେ ୬ଘଣ୍ଟା ଧରି କାର୍ ଭିତରେ ଫସି ରହିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସହାୟତା ପାଇଁ ବାରମ୍ବାର ଚିତ୍କାର କରିଥିଲେ। ଶୀତ ରାତିରେ ସହାୟତା ପାଇଁ ଅପେକ୍ଷା କରି ଆଖି ସାମ୍ନାରେ ଶ୍ଵଶୁର, ସ୍ବାମୀ ଏବଂ ପୁଅର ମୃତ୍ୟୁ ଦେଖିଥିଲେ । 

ସକାଳେ ଖବର ପାଇ ପଟାଙ୍ଗି ଥାନା ଅଧିକାରୀ ଚତୁର୍ଭୁଜ ନାୟକ, ଏଏସ୍‌ଆଇ ଏନ୍. ଦୋରା, ଏଏସ୍‌ଆଇ ମାଧବ ତାଡିଙ୍ଗି ପ୍ରମୁଖ ଗୁରୁତର ଅର୍ଚ୍ଚନାଙ୍କୁ ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ | କାର ଭିତରୁ ମୃତଦେହ ବାହାର କରିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ରାଜନନ୍ଦଗାଁଓରୁ ତାଙ୍କ ସଂପର୍କୀୟ ପହଞ୍ଚିବାରୁ ଶବ ହସ୍ତାନ୍ତର କରାଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...