AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା

COASTAL NEWS ODIA 1473

ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଟିମ୍ ଇଣ୍ଡିଆକୁ ଶୁଭେଛା  



ପୁରୀ - (CNO) ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ ମହା ମୁକାବିଲା । ବିଶ୍ୱକପ୍ ଫାଇନାଲ ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆଇସିସି ଟୁର୍ନାମେଣ୍ଟର ଏହି ଶେଷ ମ୍ୟାଚ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । 

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଉପରେ ସମସ୍ତ କ୍ରୀଡାପ୍ରେମୀଙ୍କ  ନଜର ରହିଛି । ODI ବିଶ୍ୱକପରେ ଭାରତୀୟ ଦଳ ଦୁଇଥର ଟାଇଟଲ ଜିତିଥିବାବେଳେ ଅଷ୍ଟ୍ରେଲିଆ ପାଞ୍ଚ ଥର ଟାଇଟଲ ଜିତି ପାରିଛି । ରବିବାର 19 ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ପ୍ରାଣମୂର୍ଛା ଉଦ୍ୟମ କରିବେ । ଫାଇନାଲ୍‌ ମୁକାବିଲା ପୂର୍ବରୁ ସମସ୍ତ 10 ଟି ମ୍ୟାଚ୍ ଜିତି ବର୍ତ୍ତମାନ ସୁଦ୍ଧା ଅପରାଜିତ ଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ଫାଇନାଲ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ସୁଅ ଛୁଟିଛି । ତେଣୁ ମୁଁ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ମୋର  ବାଲୁକାଶିଳ୍ପୀ ଟିମ୍  କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...