AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

ଜଣେ କର୍ମଚାରୀକୁ ପରିବା ପରି କାଟି ପକାଇଛି ରୋବଟ୍

COASTAL NEWS ODIA 1403

ଜଣେ କର୍ମଚାରୀକୁ ପରିବା ପରି କାଟି ପକାଇଛି ରୋବଟ୍ 



ସାଉଥ କୋରିଆ - (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିକାଲିର ଯୁଗ ହେଉଛି ବିଜ୍ଞାନର ଯୁଗ । ଜୀବନଧାରଣକୁ ସହଜ କରିବାକୁ ଦୈନଦିନ ଜୀବନରେ ରୋବଟର ବ୍ୟବହାର ବଢ଼ି ଯାଇଛି । ମାତ୍ର ରୋବଟର ଅତ୍ୟଧିକ ବ୍ୟବହାର ସାଜୁଛି ଘାତକ । ଏପରି ଏକ ଘଟଣା ସାଉଥ କୋରିଆରେ ଘଟିଛି।

ସାଉଥ କୋରିଆର ଏକ କମ୍ପାନୀରେ ପରିବା କଟା କାର୍ଯ୍ୟରେ ନିୟୋଜିତ ଏକ ରୋବଟ ଘଟାଇଛି ସାଂଘାତିକ କାଣ୍ଡ । ରୋବର୍ଟଟି ପରିବା ଓ ମଣିଷ ମଧ୍ୟରେ ପାର୍ଥକ୍ୟ ଜାଣି ପାରିନି । ଫଳରେ ଉକ୍ତ କମ୍ପାନୀର ଜଣେ କର୍ମଚାରୀକୁ ବି ସେ ପରିବା ପରି କାଟି ପକାଇଛି।

ମୃତକଜଣକ ସାଉଥକୋରିଆର ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ରୋବଟଟି ଉକ୍ତ କମ୍ପାନୀରେ ଥିବା ବେଳେ ମୁଖ୍ୟତଃ ସିମଲା ଲଙ୍କା କାଟିବା ତାହାର କାମ ଥିଲା।  

ରୋବଟରେ ସେନସର ଥିବା ବେଳେ ପରିବା ଝୁଡ଼ିକୁ କନଭେୟର ବେଲ୍ଟକୁ ନେଇ କାଟିବା ପାଇଁ ତାକୁ ପ୍ରୋଗ୍ରାମ କରାଯାଇଥିଲା। ରୋବଟର ସେନସରରେ ୨ ଦିନ ପୂର୍ବରୁ ତ୍ରୁଟି ବାହାରିଥିବା ବେଳେ ତାହାକୁ ସଜଡ଼ା ଯାଇଥିଲା। ମାତ୍ର ଏହା ପରେ ବି ରୋବଟଟି ପରିବା ବାକ୍ସ ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡ଼ିଥିଲା।

ଏହାପରେ ଉକ୍ତ କର୍ମଚାରୀଜଣକ ରୋବଟ ନିକଟକୁ ଯାଇଥିବା ବେଳେ ସେ ତାଙ୍କୁ ପରିବା ଝୁଡ଼ି ପରି ଭାବିଥିଲା। ଏହାପରେ ନିଜ ବାହୁରେ ସେହି ବ୍ୟକ୍ତିଙ୍କ ଉପର ଶରୀରକୁ କନଭେୟର ବେଲ୍ଟ ଆଡକୁ ଠେଲି ଦେଇ ତାଙ୍କ ମୁହଁ ଏବଂ ଛାତିକୁ ପରିବା ପରି କାଟି ପକାଇଥିଲା। ସେଠାରେ ଉପସ୍ଥିତ ଅନ୍ୟମାନେ  ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚଳିତ ବର୍ଷ ସାଉଥକୋରିଆରେ ଏହା ଦ୍ୱିତୀୟ ଘଟଣା। ପୂର୍ବରୁ ଗତ ମାର୍ଚ୍ଚରେ ସାଉଥକୋରିଆର ଏକ ଅଟୋ ମୋବାଇଲ କମ୍ପାନୀର ଜଣେ କର୍ମଚାରୀ ସେଠାରେ ନିୟୋଜିତ ଏକ ରୋବଟ ଆକ୍ରମଣରେ ଗୁରୁତର ହୋଇଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...