AFFILIATE MARKETING

https://binomo.com?a=90810425bb57&t=0

Wednesday, November 22, 2023

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର

COASTAL NEWS ODIA 1493

ଶସ୍ତା ଫ୍ଲାଟ୍‌ର ଚାବି ବାଣ୍ଟିଲେ ସରକାର


ଭୁବନେଶ୍ବର - (CNO) ଭୁବନେଶ୍ବର ବସ୍ତି ବାସିନ୍ଦାଙ୍କ  ସରକାରଙ୍କ ଦ୍ଵାରା ଆବଣ୍ଟିତ ଫ୍ଲାଟରେ ଗୃହ ପ୍ରବେଶ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଚାବି ବାଣ୍ଟିବା ପରେ ମଙ୍ଗଳବାର ସେମାନଙ୍କର ଗୃହ ପ୍ରବେଶ ହୋଇଛି ।

ଚାବି ନେବାକୁ ବିଡିଏ ଅଧିକାରୀଙ୍କ ନିକଟରେ ଲମ୍ବା ଲାଇନ ଲଗାଇଥିଲେ ହିତାଧିକାରୀ। ହିତାଧିକାରୀ ଚାବି ପାଇବା ପରେ ୨୫ ବର୍ଷର ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି। ସେପଟେ ବାକି ୬ ହଜାର ଲୋକଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଘର ଦେବାକୁ ପ୍ରୟାସ ଜାରି ରହିଥିବା  BDA ତରଫରୁ ପ୍ରକାଶ । ହେଲେ ଏବେ ନିଜର ଚକାଚକ୍ ଫ୍ଲାଟ। ଅର୍ବାନ ହାଉସିଂ ସ୍କିମରେ ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଟ ଭେଟି ପରେ ଏବେ ଗୃହ ପ୍ରବେଶର ବେଳ। ପୂର୍ବରୁ ବସ୍ତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ। ହେଲେ ଆଜି ସବୁ କିଛି ବଦଳିଛି। 


କିଏ ଗୃହ ପ୍ରବେଶ କରିଛ ତ ଆଉ କିଏ ଘର ଚାବି ପାଇବାକୁ ଲମ୍ବା ଲାଇନରେ ରହିଛି। ଏହି ଦୃଶ୍ୟ ହେଉଛି ସତ୍ୟନଗର ଶାନ୍ତିପଲ୍ଲି ବସ୍ତିର। ବସ୍ତି ବାସିନ୍ଦାଙ୍କ ପାଇଁ ତିଆରି ହୋଇଛି ୫୬୦ ଫ୍ଲାଟ୍। ଆପର୍ଟମେଣ୍ଟର ଶୁଭ ଉଦଘାଟନ ପରେ କିଛି ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଘର ପାଇଁ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡୁଛି। ହେଲେ ବିଡିଏ ଅଧିକାରୀମାନେ ଡକୁମେଣ୍ଟ ଯାଞ୍ଚ କରି ଅନ୍ୟମାନଙ୍କୁ ଘର ଚାବି ପ୍ରଦାନ କରିଛନ୍ତି। ରାଜଧାନୀକୁ ସରସ ସୁନ୍ଦର କରିବା ଓ ବସ୍ତିବାସିନ୍ଦାକୁ ଘର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ୧୭ ଶହରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି।

ବି.ଡି.ଏ. ମୋଟ ୬ଟି ପ୍ରକଳ୍ପ ହାତକୁ ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୭ଶହ ୨୨ଟି ଘର ବସ୍ତି ବାସିନ୍ଦାକୁ ଦିଆଯାଇଛି। ସହିଦ ନଗର, ଚନ୍ଦ୍ରଶେଖରପୁର, ଓ ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ଉଦଘାଟିତ ହୋଇଯାଇଛି ଆପାର୍ଟମେଣ୍ଟ । ବାକି ୬ ହଜାର ଘର ଖୁବ୍ ଶୀଘ୍ର ଅନ୍ୟ ଲୋକଙ୍କୁ ଦିଆଯିବ। ଏହା ପୂର୍ବରୁ ମହିଶାଖାଲ, ପଥରବନ୍ଧ ବସ୍ତି, ନବୀନ କାଳୀ ବସ୍ତିବାସିନ୍ଦାଙ୍କୁ ଘର ଦିଆଯାଇଛି। ପିପିପି ମୋଡରେ ପ୍ରକଳ୍ପକୁ ସଫଳ କରାଯାଇଛି। ୩୨୯ ବର୍ଗଫୁଟର ଘରେ  ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...