AFFILIATE MARKETING

https://binomo.com?a=90810425bb57&t=0

Thursday, November 9, 2023

ଚରିତ୍ରକୁ ସନ୍ଦେହ; ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା

COASTAL NEWS ODIA 1406

ଚରିତ୍ରକୁ ସନ୍ଦେହ; ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା  
ବେଙ୍ଗାଲୁରୁ, ୮୧୧: (CNO) ପୁଅ ଜନ୍ମକୁ ମାତ୍ର ୧୧ ଦିନ ହୋଇଛି। ଏହା ସତ୍ତ୍ଵେ ଦୀର୍ଘ ୨୩୦ କିଲୋମିଟର ଯାଇ ପତ୍ନୀଙ୍କୁ ହତ୍ୟା କରିଛନ୍ତି କର୍ଣ୍ଣାଟକର ଜଣେ ପୁଲିସ କନ୍‌ଷ୍ଟେବଳ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୁଲିସ କର୍ମଚାରୀ ୨୩୦ କିଲୋମିଟର ଦୂର ଶ୍ୱଶୁର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ କୀଟନାଶକ ଖୁଆଇବା ପରେ ଓଢ଼ଣିରେ ଗଳା ଚିପି ହତ୍ୟା କରିଛନ୍ତି। 

ଏହା ପୂର୍ବରୁ ସେ ପତ୍ନୀଙ୍କୁ ରାତିକ ମଧ୍ୟରେ ୧୫୦ ଥର ଫୋନ୍ କରିଥିବା ଜଣାଯାଇଛି। ସୂଚନାନୁଯାୟୀ, କନ୍‌ଷ୍ଟେବଲ୍ କିଶୋର ଡି (୩୨) ପତ୍ନୀ ପ୍ରତିଭା (୨୪)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ପ୍ରସବ ଯୋଗୁଁ ନିଜ ଘରେ ଥିବା ପ୍ରତିଭାଙ୍କୁ ସେ ରବିବାର ସନ୍ଧ୍ୟାରେ ଫୋନ୍‌ରେ ଗାଳିଗୁଲଜ୍ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା' ଫୋନ୍ ବନ୍ଦ କରିଦେଇଥିଲେ। ଏହା ସତ୍ତ୍ଵେ କିଶୋର ରବିବାର ରାତି ସାରା ତାଙ୍କୁ ଫୋନ୍ କରିଚାଲିଥିଲେ।


ସୋମବାର ସକାଳେ ଉତ୍ୟକ୍ତ କିଶୋର ନିଯୁକ୍ତି ସ୍ଥାନ କାମରାଜ ନଗରଠାରୁ ୨୩୦ କିମି ଦୂର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ଥିବା ଶ୍ଵଶୁର ଘରେ ପହଞ୍ଚିଥିଲେ।କାହା କାହା ସହିତ ସମ୍ପର୍କ ରଖୁଛନ୍ତି ପଚାରିଥିଲେ। ପରେ ପ୍ରତିଭା ପୁଅ ସହ ଘରେ ଏକା ଥିଲାବେଳେ ଘର ଭିତରୁ ବନ୍ଦ କରି ତାଙ୍କୁ ହତ୍ୟା କରିଥିଲେ । କିଛି ସମୟ ପରେ ଶାଶୁ କବାଟ ବନ୍ଦ ଥିବା ଦେଖ୍ ସନ୍ଦେହରେ ବାଡ଼େଇଥିଲେ ।


ଶ୍ବଶୁର ଘରେ ସେ ପତ୍ନୀଙ୍କ ଫୋନ୍‌ର କଲ୍ ଓ ବାର୍ତ୍ତାଗୁଡ଼ିକୁ ଯାଞ୍ଚ କରିବା ଦୀର୍ଘ ସମୟ ପରେ କିଶୋର କବାଟ ଖୋଲି ବିଚଳିତ ଭାବେ ପ୍ରତିଭାଙ୍କୁ ହତ୍ୟା କରିଥିବା କହିଥିଲେ ଓ ଘରୁ ତତ୍‌କ୍ଷଣାତ୍ ପଳାଇଥିଲେ । 

କିଶୋରଙ୍କୁ ହସ୍କୋଟ ପୁଲିସ ଗିରଫ କରିବା ପରେ ସେ ମଧ୍ୟ ବିଷ ଖାଇଥିବା ଜାଣି ଡାକ୍ତରଖାନାରେ ଭର୍ତ୍ତି କରିଛି । ସୂଚନାନୁଯାୟୀ, ପ୍ରତିଭା ଜଣେ ଡିଗ୍ରୀ ଇଞ୍ଜିନିୟର। ୨୦୨୨ ନଭେମ୍ବର ୧୩ରେ ତାଙ୍କର କିଶୋରଙ୍କ ସହ ବିବାହ ହୋଇଥିଲା । କିଶୋର ପୂର୍ବରୁ ପ୍ରତିଭାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...