AFFILIATE MARKETING

https://binomo.com?a=90810425bb57&t=0

Friday, November 17, 2023

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ

COASTAL NEWS ODIA 1465

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ 



ଭୁବନେଶ୍ବର - (CNO) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ କରିଛନ୍ତି। 

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ଏହି ରୋପଓ୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟଉଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନକୁ ସଂଯୋଗ କରୁଛି l ଏହି ରୋପଓ୍ବେ କାଞ୍ଜିଆ ହ୍ରଦ ଉପର ଦେଇ ଚାଲିବାର ବ୍ୟବସ୍ଥା କରାଯାଇଛି । 

ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଏହି ରୋପୱ୍ଏ ର ଦୂରତ୍ବ ରହିଛି ୬୨୬ ମିଟର। ଏଥିରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ହୋଇଛି ।

ଟିକେଟ ମୂଲ୍ୟ ୧୨୦ଟଙ୍କା ଦେଇ କିଣି ପାରିବେ ଏହି ରୋପଓ୍ବେରେ । ରୋପଓ୍ବେର ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ପର୍ଯ୍ୟଟକ ସକାଳ ୮ଟା ରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରୋପଓ୍ବେରେ ବାରମ୍ବାର ଯାନ୍ତ୍ରିକ ତ୍ରୃଟି ଦେଖାଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୦୧୧ ମସିହା ପରଠାରୁ ରୋପଓ୍ବେକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲେ। ୨୦୨୧ ଅକ୍ଟୋବର ୮ରେ ପୁନଃଚଳାଚଳ ପାଇଁ ସରକାର କଲିକତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପଓ୍ବେ ଇନଫ୍ରା ଲିମିଟେଡ ସହିତ ଚୁକ୍ତିନାମା କରି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ରୋପଓ୍ବେର ଶିଳାନ୍ୟାସ କରିଥିଲେ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...