AFFILIATE MARKETING

https://binomo.com?a=90810425bb57&t=0

Sunday, November 12, 2023

ନିଆଁ ଲାଗି ୫ଟି ବସ୍‌ ପାଉଁଶ

COASTAL NEWS ODIA 1436

ନିଆଁ ଲାଗି ୫ଟି ବସ୍‌ ପାଉଁଶ



ଭୁବନେଶ୍ୱର - ଭଞ୍ଜ ବିହାରୀ ମହାନ୍ତି - ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। 
ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି। ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ହଠାତ୍‌ ଗୋଟିଏ ବସରେ ନିଆଁ ଲାଗି ଯାଉଥିଲା। ଏହାପରେ ଆଉ ୪ଟି ବସ୍‌କୁ ମଧ୍ୟ ନିଆଁ ମାଡ଼ି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାପରେ ଦିନ ୧ରୁ ୪ଟା ଯାଏ ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। 

ଅଗ୍ନିକାଣ୍ତ ବେଳେ ବସ୍‌ଗୁଡ଼ିକରେ ଡିଜେଲ ଭର୍ତ୍ତି ହୋଇ ରହିଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ଏହାକୁ ଆୟତ୍ତ କରି ନେବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି। କାରଣ ଗ୍ୟାରେଜକୁ ଲାଗି ଅନେକ ଘର ଓ ସଂସ୍ଥା ରହିଛି। ଯଦି ଡିଜେଲ ଯୋଗୁ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ନିଆଁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିଲା। ତେବେ ଅଗ୍ନିଶମ କର୍ମଚରୀଙ୍କ ପରିଶ୍ରମ ଯୋଗୁ କୌଣସି ବଡ଼ ଅଘଟଣ ଘଟି ନାହିଁ। 

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...