AFFILIATE MARKETING

https://binomo.com?a=90810425bb57&t=0

Saturday, November 25, 2023

ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ

COASTAL NEWS ODIA 1503

ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ 



ଭୁବନେଶ୍ୱର - (CNO) ୨୪।୧୧ - ବିଶେଷଜ୍ଞ ଙ୍କ ପୂର୍ବାନୁମାନକୁ ସତ୍ୟ ପ୍ରମାଣିତ କରି ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଦିନ ନିର୍ଦ୍ଦାରିତ ସମୟର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା। ହେଲେ ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରାଯାଇଛି। ଗୃହରେ ବିଶେଷ କିଛି କାର୍ଯ୍ୟ ନ ଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। 



ବିରୋଧୀ ସଦସ୍ୟଙ୍କ ଦାବି ମୁତାବକ ବିରୋଧୀ ଦଳଙ୍କ ସହ ବିଚାରବିମର୍ଶ ନ କରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଅଧିବେଶନର ୪ଟି କାର୍ଯ୍ୟ ଦିବସ ମଧ୍ୟରେ ୩ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା। ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନ ଡିସେମ୍ବର ୩୦ ଯାଏ ଚାଲିବାକୁ ଥିଲା । ଏଥିରେ ୩୦ କାର୍ଯ୍ୟ ଦିବସ ରହିଥିବା ବେଳେ ଏହାକୁ ଆଗୁଆ ବନ୍ଦକରି ଦିଆଯାଇଛି। ଏହି ଅଧିବେଶନରେ ୪ଟି ତାରକା, ୪୧୯ ଅଣତାରକା ପ୍ରଶ୍ନୋତ୍ତର ଗୃହରେ ଆଲୋଚନା ହୋଇଥିଲା। ସେହିପରି ଏହି ଅଧିବେଶନରେ ୧୭ଟି ବାର୍ଷିକ ରିପୋର୍ଟ, ୫୪ ପେପର, ଗୋଟିଏ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଏବଂ ଗୋଟିଏ ବିଲ୍‌ ଗୃହରେ ଉପସ୍ଥାପନ କରାଯାଇଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...