AFFILIATE MARKETING

https://binomo.com?a=90810425bb57&t=0

Sunday, November 26, 2023

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା

COASTAL NEWS ODIA 1506

ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା



ଆଳି, ୨୪।୧୧(CNO ) କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସୋରିଷଗଦା ଗ୍ରାମରେ ଜଣେ ବ୍ୟକ୍ତି ବାଇକ୍ ଚାବି ମାଗିଥିଲେ l ବାଇକ୍ ଚାବି ମାଗିବାରେ ନ ଦେବାରୁ ଉତକ୍ଷୀପ୍ତ ଯୁବକ ମହିଳାଙ୍କୁ ହତ୍ୟା କରିବା ଭଳି ଅଭିଯୋଗ ଆସିଛି। ମୃତା ମହିଳାଙ୍କ ପୁଅ ତାପସ କୁମାର ଶର୍ମା ଥାନାରେ ଅଭିଯୋଗ କରିଛନ୍ତି l

ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନରେ ତାଙ୍କ ପଡୋଶୀ ସୁଧୀର କୁମାର ଶର୍ମା ଘରେ ପଶି ତାଙ୍କ ବାଇକ୍ମା ଗିଥିଲେ। ସେ ବାଇକ୍ ଦେବାକୁ ମନା କରିବାରୁ ସୁଧୀର ତାଙ୍କ ପରିବାରକୁ ଗାଳି ଗୁଲଜ କରିଥିଲେ। ତାଙ୍କୁ ମାରଧର କରିବା ଦେଖି ତାପସଙ୍କ ମା’ ସନ୍ଧ୍ୟାରାଣୀ ପ୍ରତିରୋଧ କରିଥିଲେ। ସୁଧୀର ଉତ୍‌କ୍ଷିପ୍ତ ହୋଇ ସନ୍ଧ୍ୟାରାଣୀଙ୍କୁ ଏକ ଶକ୍ତ ଧକ୍କା ମାରିବାରୁ ସେ ନିକଟରେ ଥିବା ଏକ ନଡ଼ିଆ ଗଛରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ। 

ସନ୍ଧ୍ୟାରାଣୀ ତଳେ ପଡ଼ି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡୋଶୀମାନେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ନଂ. ୮୮୪/୨୩ରେ ମାମଲା ରୁଜୁ କରି ଘଟଣାଟ ତଦନ୍ତ କରିବା ସହ ସୁଧୀରଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। 

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...