AFFILIATE MARKETING

https://binomo.com?a=90810425bb57&t=0

Friday, November 17, 2023

ମଧ୍ଯପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ

COASTAL NEWS ODIA 1466

ମଧ୍ଯପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ 



ନୂଆଦିଲ୍ଲୀ:  (CNO) ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ । ଶୁକ୍ରବାର ସନ୍ଧ୍ୟା ରେ ସରିଛି ମତଦାନ । ମଧ୍ୟ ପ୍ରଦେଶରେ 71.6 ପ୍ରତିଶତ ମତଦାନ ହୋଇଛି । ସେହିପରି ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ 70 ଆସନରେ 5 ଟା ସୁଦ୍ଧା 68.15 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମଧ୍ୟ ପ୍ରଦେଶରେ 230 ଆସନରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ବୋଲି ସୂତ୍ରରୁ ଜଣାପଡିଛି । 



ଛଶିତଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ 827 ଜଣ ପୁରୁଷ, 130 ଜଣ ମହିଳା ଓ ଅନ୍ୟ ଜଣେ (ତୃତୀୟ ଲିଙ୍ଗୀ)ଙ୍କ ସମେତ ମୋଟ 958 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ଖବର ସାମ୍ନାକୁ ଆସିଛି । 



ନକ୍ସଲ ଆକ୍ରମଣରେ  ଆଇଟିବିପି ଯବାନ ସହିଦ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ କରି ସୁରକ୍ଷାକର୍ମୀ ଫେରିବା ବେଳେ ନକ୍ସଲଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ 2 ଯବାନ ସହିଦ ହୋଇଛନ୍ତି । ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର 3 ରେ ଫଳାଫଳ ଘୋଷଣା ହେବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...