AFFILIATE MARKETING

https://binomo.com?a=90810425bb57&t=0

Friday, November 17, 2023

ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି

COASTAL NEWS ODIA 1462

ଭିଜିଲାନ୍ସ ଜାଲରେ ହାଇସ୍କୁଲ କିରାଣି



ଯାଜପୁର (CNO ): ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହେଲେ ଯାଜପୁର ଜିଲ୍ଲା କବିରପୁର ସରକାରୀ ହାଇସ୍କୁଲର କିରାଣି ମହେଶ୍ବର ସାମଲ। ତାଙ୍କ ନାମରେ କଟକ ଭିଜିଲାନ୍ସ ଏକ ଲାଞ୍ଚ ମାମଲା ରୁଜୁ କରି ଗିରଫ କରିଛି।ଭିଜିଲାନ୍ସ ସୂଚନାନୁସାରେ ଅବସର ଶିକ୍ଷକ ତାଙ୍କର ବକେୟା ବିଲ୍ ଓ ପେନସନ୍ କାମ କରିଦେବା ପାଇଁ କିରାଣି ମହେଶ୍ବର ସାମଲଙ୍କ ନିକଟକୁ ଯାଇଥିଲେ। କିନ୍ତୁ ମହେଶ୍ବର ତାଙ୍କ କାମ ନକରି ଲାଞ୍ଚ ମାଗିଥିଲେ। 

ତେଣୁ ଶିକ୍ଷକ ଭିଜିଲାନ୍ସ ରେ  ଅଭିଯୋଗ କରିଥିଲେ। ମହେଶ୍ବରଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବଛାଇଥିଲା । ଆଜି ସେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। 

ତାଙ୍କ ପ୍ୟାଣ୍ଟ ପକେଟ୍ ଯାଞ୍ଚ ପରେ ସେଥୁରୁ ଲାଞ୍ଚ ଟଙ୍କା ମିଳିଥିଲା । ପ୍ରମାଣ ସ୍ଵରୂପ ତାଙ୍କ ହାତ ଧୋଇବା ପରେ କେମିକାଲର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ମହେଶ୍ବରଙ୍କ ଯାଜପୁର ଜିଲ୍ଲାରେ ଥିବା ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...