AFFILIATE MARKETING

https://binomo.com?a=90810425bb57&t=0

Thursday, November 23, 2023

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ

COASTAL NEWS ODIA 1497

ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ 



ଭୁବନେଶ୍ବର - (CNO) ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନ୍‌ଙ୍କୁ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଙ୍କୁ ପୁଣି ନୂଆ ଦାୟିତ୍ଵ ମିଳିଛି ।  ସୁଜାତା କାର୍ତ୍ତିକେୟନ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତିର ମଙ୍ଗ ଧରି ଶୀର୍ଷକୁ ନେଇ ପାରିଛନ୍ତି । ଘର କୋଣରେ ଆବଦ୍ଧ ମହିଳା ବିଦେଶ ମାଟିରେ ନିଜର ଚମକ ଦେଖାଇ ପାରୁଥିବା ବେଳେ ଏଥିରେ ସୁଜାତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । 

ତାଙ୍କର ଭିଜନ ପାଇଁ ରାଜ୍ୟର ପ୍ରତିଟି ଅପହଞ୍ଚ ଇଲାକାର ମହିଳା ଏବେ ଆତ୍ମନିର୍ଭରଶିଳ। ତାଙ୍କର ବଳିଷ୍ଠ ନେତୃତ୍ବରେ ମିଶନ ଶକ୍ତି ଆଜି ସାରା ଦେଶରେ ବଡ ସଫଳତା ହାସଲ କରିଛି । ଓଡିଶାର ମହାନ ସଂସ୍କୃତି ଓ ଐତିହ୍ୟ ବିଶ୍ବ ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସୁଜାତା ଏହି ଦିଗରେ ଆହୁରି ସଫଳତା ହାସଲ କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ନିଜର ପ୍ରାଶାସନିକ ଦକ୍ଷତା ବଳରେ ୨୦୦୦ ବ୍ୟାଚର ଓଡ଼ିଆ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ତାଙ୍କର ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇ ସାରିଛନ୍ତି । ରାଜ୍ୟର ଅପହଞ୍ଚ ଇଲାକା ଭାବେ ପୂର୍ବରୁ ପରିଚିତ ଚିତ୍ରକୋଣ୍ଡାକୁ ସେତୁ ନିର୍ମାଣ ଆଗରୁ ଏସ୍ଏଚଜିକୁ ସଶକ୍ତ କରିଥିବା ସୁଜାତା ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏଥିରେ ସାମିଲ କରି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ସୁଜାତାଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏହି ବିଭାଗ ବି ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ଏବଂ ସଂସ୍କୃତି ମଧ୍ଯ ଏକ ନୂତନ ଶିଖର ଛୁଇଁବ ବୋଲି ସବୁ ମହଲରେ ଆଶା ସଞ୍ଚାର ହେଲାଣି । ଏହି ଦାୟୀତ୍ୱ ଗ୍ରହଣ କରିବା ପରେ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳୁଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...