AFFILIATE MARKETING

https://binomo.com?a=90810425bb57&t=0

Thursday, November 23, 2023

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ

COASTAL NEWS ODIA 1497

ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ 



ଭୁବନେଶ୍ବର - (CNO) ମିଶନ ଶକ୍ତି ସଚିବ  ସୁଜାତା କାର୍ତ୍ତିକେୟନ୍‌ଙ୍କୁ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ମହିଳାଙ୍କୁ ସଶକ୍ତ କରିଥିବା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଙ୍କୁ ପୁଣି ନୂଆ ଦାୟିତ୍ଵ ମିଳିଛି ।  ସୁଜାତା କାର୍ତ୍ତିକେୟନ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହିଳା ସଶକ୍ତିକରଣ ପାଇଁ ଗଠିତ ମିଶନ ଶକ୍ତିର ମଙ୍ଗ ଧରି ଶୀର୍ଷକୁ ନେଇ ପାରିଛନ୍ତି । ଘର କୋଣରେ ଆବଦ୍ଧ ମହିଳା ବିଦେଶ ମାଟିରେ ନିଜର ଚମକ ଦେଖାଇ ପାରୁଥିବା ବେଳେ ଏଥିରେ ସୁଜାତାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । 

ତାଙ୍କର ଭିଜନ ପାଇଁ ରାଜ୍ୟର ପ୍ରତିଟି ଅପହଞ୍ଚ ଇଲାକାର ମହିଳା ଏବେ ଆତ୍ମନିର୍ଭରଶିଳ। ତାଙ୍କର ବଳିଷ୍ଠ ନେତୃତ୍ବରେ ମିଶନ ଶକ୍ତି ଆଜି ସାରା ଦେଶରେ ବଡ ସଫଳତା ହାସଲ କରିଛି । ଓଡିଶାର ମହାନ ସଂସ୍କୃତି ଓ ଐତିହ୍ୟ ବିଶ୍ବ ଦରବାରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ବେଳେ ସୁଜାତା ଏହି ଦିଗରେ ଆହୁରି ସଫଳତା ହାସଲ କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ନିଜର ପ୍ରାଶାସନିକ ଦକ୍ଷତା ବଳରେ ୨୦୦୦ ବ୍ୟାଚର ଓଡ଼ିଆ ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ ତାଙ୍କର ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ନିଜର ପ୍ରତିବଦ୍ଧତାର ପ୍ରମାଣ ଦେଇ ସାରିଛନ୍ତି । ରାଜ୍ୟର ଅପହଞ୍ଚ ଇଲାକା ଭାବେ ପୂର୍ବରୁ ପରିଚିତ ଚିତ୍ରକୋଣ୍ଡାକୁ ସେତୁ ନିର୍ମାଣ ଆଗରୁ ଏସ୍ଏଚଜିକୁ ସଶକ୍ତ କରିଥିବା ସୁଜାତା ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଏଥିରେ ସାମିଲ କରି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ସୁଜାତାଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିବା ପରେ ଏହି ବିଭାଗ ବି ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ତାଙ୍କ ନେତୃତ୍ବରେ ଓଡ଼ିଆ ଭାଷା ଏବଂ ସଂସ୍କୃତି ମଧ୍ଯ ଏକ ନୂତନ ଶିଖର ଛୁଇଁବ ବୋଲି ସବୁ ମହଲରେ ଆଶା ସଞ୍ଚାର ହେଲାଣି । ଏହି ଦାୟୀତ୍ୱ ଗ୍ରହଣ କରିବା ପରେ ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳୁଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...