AFFILIATE MARKETING

https://binomo.com?a=90810425bb57&t=0

Sunday, November 19, 2023

ପୋଲରୁ ତଳକୁ ଖସିଲା କାର, ତିନି ଗୁରୁତର

COASTAL NEWS ODIA 1472

ପୋଲରୁ ତଳକୁ ଖସିଲା କାର, ତିନି ଗୁରୁତର




ସୁନ୍ଦରଗଡ଼ - (CNO) ପୋଲ ତଳକୁ ଖସିଲା କାର୍ । ଭାରସାମ୍ଯ ହରାଇ ପ୍ରାୟ 20 ଫୁଟ୍ ତଳକୁ ଖସି ପଡିଲା କାର୍ । ବଣାଇ ମହୁଲପଦା ଫୁଲଝର ନିକଟରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି । 

ଆହତ ତିନି ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ତା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କାର୍କେ ଟି କେନ୍ଦୁଝରରୁ ରାଉରକେଲାକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି । ଆହତମାନେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼ ବୋଲି ଜଣାପଡିଛି । ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂତ୍ରରୁ ପ୍ରକାଶ ।  

ଖବର ରୁ ପ୍ରକାଶ ଯେ ଓମକାର କାର୍ ଚଲାଉଥିଲେ । ବିଳମ୍ବିତ ରାତିରେ ଏମାନେ ରାଉରକେଲାକୁ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି ପୋଲତଳକୁ ଖସିପଡିଥିଲା । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅଜିତ ଏବଂ ଓମକାରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉଲକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...