AFFILIATE MARKETING

https://binomo.com?a=90810425bb57&t=0

Monday, November 27, 2023

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ

COASTAL NEWS ODIA

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ 



ଉମରକୋଟ - (CNO) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ମୁରୁମଡ଼ିହି ଗାଁ ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ  । ପୋଲିସ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିଲା । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ 31 ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ଖବରରୁ ପ୍ରକାଶ ଅଧିକାର ମାଗିବାରୁ ବାଘବେଡ଼ା ଗ୍ରାମର ତିଲାବାଈ ଗଣ୍ଡ (21ବର୍ଷ)ଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ଶବକୁ 31 ଖଣ୍ଡ କରି ଛୋଟ ଛୋଟ ଖଣ୍ଡ କରି କାଟି ପୋତିଦେଇଥିଲା ବିବାହିତ ପ୍ରେମିକ । ମୂଷାଗାତରୁ ଶବ ଉଦ୍ଧାର ପରେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି ।   



ଗତ ବୁଧବାର ଠାରୁ ନିଖୋଜ ହୋଇଯାଇଥିଲେ  ତିଲାବାଈ । ପରିବାର ଲୋକ ଖୋଜାଖୋଜି କରି ସନ୍ଧାନ ପାଇ ନଥିଲେ । ଅନ୍ୟପଟେ ଆଜି ସକାଳେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳିଗଛ ନିକଟରେ ଜଣେ ଯୁବକ ରକ୍ତଛିଟା ଦେଖିଥିଲେ । ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ଶବ ପୋତା ଯାଇଥିବା ଅନୁମାନ କରିଥିଲେ । 3ଦିନ ଧରି ନିଖୋଜ ଥିବା ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ଖବର ପାଇ ଲୁଦୁରାମ ଘଟଣାସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ଥର୍ମୋକୋଲ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଜଣାଇଥିଲେ । 

ଖବର ପାଇ ସ୍ଥାନୀୟ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମାଟି ଖୋଳିଥିଲା । କିଛି ଫୁଟ୍‌ ଖୋଳିବା ପରେ ଖଣ୍ଡ ଖଣ୍ଡ ହୋଇ ପୋତା ହୋଇଥିବା ତିଲାବାଈଙ୍କ ଶବ ବାହାରିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ସନ୍ଦେହରେ ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ପଚରାଉଚୁରା ଜାରି ରଖିଛି ପୋଲିସ । 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...