AFFILIATE MARKETING

https://binomo.com?a=90810425bb57&t=0

Monday, November 27, 2023

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ

COASTAL NEWS ODIA

ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ 



ଉମରକୋଟ - (CNO) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ମୁରୁମଡ଼ିହି ଗାଁ ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ  । ପୋଲିସ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିଲା । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ 31 ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ଖବରରୁ ପ୍ରକାଶ ଅଧିକାର ମାଗିବାରୁ ବାଘବେଡ଼ା ଗ୍ରାମର ତିଲାବାଈ ଗଣ୍ଡ (21ବର୍ଷ)ଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ଶବକୁ 31 ଖଣ୍ଡ କରି ଛୋଟ ଛୋଟ ଖଣ୍ଡ କରି କାଟି ପୋତିଦେଇଥିଲା ବିବାହିତ ପ୍ରେମିକ । ମୂଷାଗାତରୁ ଶବ ଉଦ୍ଧାର ପରେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି ।   



ଗତ ବୁଧବାର ଠାରୁ ନିଖୋଜ ହୋଇଯାଇଥିଲେ  ତିଲାବାଈ । ପରିବାର ଲୋକ ଖୋଜାଖୋଜି କରି ସନ୍ଧାନ ପାଇ ନଥିଲେ । ଅନ୍ୟପଟେ ଆଜି ସକାଳେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳିଗଛ ନିକଟରେ ଜଣେ ଯୁବକ ରକ୍ତଛିଟା ଦେଖିଥିଲେ । ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ଶବ ପୋତା ଯାଇଥିବା ଅନୁମାନ କରିଥିଲେ । 3ଦିନ ଧରି ନିଖୋଜ ଥିବା ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ଖବର ପାଇ ଲୁଦୁରାମ ଘଟଣାସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ଥର୍ମୋକୋଲ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଜଣାଇଥିଲେ । 

ଖବର ପାଇ ସ୍ଥାନୀୟ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମାଟି ଖୋଳିଥିଲା । କିଛି ଫୁଟ୍‌ ଖୋଳିବା ପରେ ଖଣ୍ଡ ଖଣ୍ଡ ହୋଇ ପୋତା ହୋଇଥିବା ତିଲାବାଈଙ୍କ ଶବ ବାହାରିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ସନ୍ଦେହରେ ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ପଚରାଉଚୁରା ଜାରି ରଖିଛି ପୋଲିସ । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...