AFFILIATE MARKETING

https://binomo.com?a=90810425bb57&t=0

Tuesday, November 21, 2023

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

COASTAL NEWS ODIA 1487

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ



ଭୁବନେଶ୍ୱର (CNO) ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ ।


ଏହି ଅଧିବେଶନ ରେ ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ଡିସେମ୍ବର 30ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ 30 ଟି କାର୍ଯ୍ୟଦିବସ ରହିଛି ।

ଆଜି ବିଧାନସଭା ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ହେବା ପ୍ରାୟତଃ ନିଶ୍ଚିତ ହୋଇଛି । ବିଜେଡି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବାର ସମ୍ଭାବନା ଅଛି । 

ଆଜି ପୂର୍ବାହ୍ନ 9.30 ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ । ତେବେ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଅପରପକ୍ଷେ ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ,ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି  କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରାଯାଇଛି । ବିଧାନସଭାରେ କୋଶଳି ଭାଷାରେ କହିବାକୁ ସୁଯୋଗ ମିଳୁ ବୋଲି ଆଜି ସର୍ବଦଳୀୟ ବୈଠକରେ ଦାବି କରିଥିଲେ କଂଗ୍ରେସର ନରସିଂହ ମିଶ୍ର । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି ।


ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ । ସୁରକ୍ଷାରେ ନିୟୋଜିତ ହେବେ 28 ପ୍ଲାଟୁନ ପୋଲିସ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...