AFFILIATE MARKETING

https://binomo.com?a=90810425bb57&t=0

Friday, November 24, 2023

ଆଳି ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

COASTAL NEWS ODIA 1498

ଆଳି ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର


ଆଳି - (CNO) ଆଳି ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ଥିବା ଏକ ପାରଖାନା ଘର ଭିତରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଝାଡୁଦାର ପାଇଖାନା ଭିତରେ ମୃତ ଶିଶୁକନ୍ୟାକୁ ଦେଖିବା ପରେ ଡାକ୍ତରଙ୍କୁ ଜଣାଇଥିଲେ । 

ଡାକ୍ତର ଚନ୍ଦ୍ରଭାନୁ ପ୍ରଧାନଙ୍କଠାରୁ ସୂଚନା ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନା ଭିତରକୁ ନବଜାତ ଶିଶୁକନ୍ୟାର ମୃତଦେହ କେମିତି ଆସିଲା ଓ ରାତିରେ ଡ୍ୟୁଟିରେ ଥିବା ଡାକ୍ତର  କର୍ମଚାରୀ କିଭଳି ଏ ସମ୍ପର୍କରେ ଜାଣି ପାରିଲେ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ
ରାତିରେ ଜଣେ ମହିଳା ତନ୍ତରଖାନାରେ ଆଡମିସନ ନ ହୋଇ ବେଡରେ କମ୍ବଳ ଘୋଡ଼ାଇ ହୋଇ ଶୋଇଥିବା ନେଇ କର୍ମଚାରୀମାନେ ତାଙ୍କୁ ସୂଚନା ଦେଇଥିଲେ ବୋଲି ଡ୍ୟୁଟିରେ ଥିବା ଡାକ୍ତର ସ୍ବରୂପ ଦାଶ କହିଛନ୍ତି । 

ସକାଳେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ପରେ ପୁଲିସ ଓ କର୍ମଚାରୀମାନେ ସେହି ମହିଳାଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିଥିଲେ। ତେବେ ସେ ନବଜାତ ଶିଶୁ ସଂପର୍କରେ କିଛି ଜାଣିନାହାନ୍ତି, ନିଜର ଚିକିତ୍ସା ପାଇଁ ରାତି ରେ ଡାକ୍ତରଖାନା ଆସିଥିବା ପ୍ରକାଶ କରିବା ପରେ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଛାଡି ଦିଆଯାଇଥିଲା । ଘଟଣାକୁ
ନେଇ ସନ୍ଦେହ ଓ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ଶତପଥ। କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ସମ୍ଭବପର ହୋଇପାରି ନାହିଁ l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...