AFFILIATE MARKETING

https://binomo.com?a=90810425bb57&t=0

Sunday, December 3, 2023

ଆଂଚଳିକ ଦଳ ମଧ୍ୟରେ ବିଜେଡି ତୃତୀୟ ଧନୀ ଦଳ, ବର୍ଷକରେ 143.92 ପ୍ରତିଶତ ବୃଦ୍ଧି ହୋଇଛି ଆୟ

COASTAL NEWS ODIA 1541

ଆଂଚଳିକ ଦଳ ମଧ୍ୟରେ ବିଜେଡି ତୃତୀୟ ଧନୀ ଦଳ, ବର୍ଷକରେ 143.92 ପ୍ରତିଶତ ବୃଦ୍ଧି ହୋଇଛି ଆୟ 




ଭୁବନେଶ୍ୱର - (CNO) ଦେଶର ଆଞ୍ଚଳିକ ଦଳ ମଧ୍ୟରେ ବିଜେଡ଼ି ତୃତୀୟ ଧନୀ ଦଳ । ଗୋଟିଏ ବର୍ଷରେ ଦଳର ଆୟ 143.92 ପ୍ରତିଶତ ବୃଦ୍ଧି ହୋଇଛି । ଏହା ସହ ଦଳର ଆୟ 474.42 କୋଟିରେ ପହଞ୍ଚିଛି । 2020-21 ରେ ଦଳର ଆୟ 194.49 କୋଟି ଥିବା ବେଳେ 2021-22ରେ 143.92 ପ୍ରତିଶତ ବୃଦ୍ଧି ହୋଇଛି । ଆସୋସିସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର ପକ୍ଷରୁ ଦେଶର ପ୍ରମୁଖ ଆଞ୍ଚଳିକ ଦଳଗୁଡ଼ିକର ବାର୍ଷିକ ଆୟ, ବ୍ୟୟ ଓ ସମ୍ପତ୍ତି ବୃଦ୍ଧି ନେଇ ଶନିବାର ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି । 2020-21 ଓ 2021-22 ଆର୍ଥିକ ବର୍ଷର ବାଲାନସ ଶିଟରୁ ଏହି ତଥ୍ୟ ମିଳିଛି । 

ଆଞ୍ଚଳିକ ଦଳଗୁଡ଼ିକ ଭିତରେ ସମାଜବାଦୀ ପାର୍ଟିର ଆୟ 2020-21 ତୁଳନାରେ 2021-22ରେ 561.46 କୋଟିରୁ 568.36 କୋଟିକୁ ବଢ଼ିଛି । ଅର୍ଥାତ୍ ଦଳର ଆୟ ପୂର୍ବ ଅପେକ୍ଷା ବେଶୀ ବଢ଼ିନାହିଁ, ମାତ୍ର 1.23 % ବୃଦ୍ଧି ପାଇଛି । ତଥାପି ସମାଜବାଦୀ ପାର୍ଟି ଦେଶର ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଧନୀ ଦଳ ହୋଇପାରିଛି ।  

ଦ୍ୱିତୀୟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଆୟ 319.55 କୋଟିରୁ 512.24 କୋଟିକୁ ବୃଦ୍ଧି ହୋଇଛି । ଅର୍ଥାତ୍ ଦଳର ଆୟରେ 60.33 % ବଢ଼ିଛି । ଏହି ସମୟରେ ବିଜେଡିର ଆୟ 2020-21ରେ 194.49 କୋଟି ଥିବାବେଳେ 2021-22ରେ 474.42 କୋଟି ହୋଇଛି । ଅର୍ଥାତ୍ ବିଜେଡିର ବାର୍ଷିକ ଆୟରେ 143.92 ପ୍ରତିଶତ ବୃଦ୍ଧି ଘଟିଛି ।  

2021-22ରେ ବିଜେଡିର ଋଣ ମାତ୍ର 1 କୋଟି 36 ଲକ୍ଷ ଥିବାରୁ ବିଜେଡି ପାଖରେ ବଳକା 473.06 କୋଟି ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡ଼ିଛି । ସେହିପରି ଡିଏମକେର ଆୟର 2020-21 ରେ 114.70 କୋଟି ଥିବା ବେଳେ 2021-22 ରେ ଆୟ 399.05 କୋଟି ହୋଇଥିଲା । ଏହାର ଅର୍ଥ ଦଳର ଆୟ ବର୍ଷକରେ 244.88 % ବୃଦ୍ଧି ପାଇଛି । ଅର୍ଥାତ ତୁଳନାତ୍ମକ ଭାବେ ଡିଏମକେର  ଆୟର ସ୍ରୋତ ଅନ୍ୟମାନଙ୍କ ତୁଳନାରେ ପ୍ରଖର ହୋଇଛି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...