AFFILIATE MARKETING

https://binomo.com?a=90810425bb57&t=0

Sunday, December 3, 2023

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ

COASTAL NEWS ODIA 1547

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ



ଭୁବନେଶ୍ବର - (CNO) ବଙ୍ଗୋପସାଗର ରେ ଲଘୁଚାପ ଗଭୀର ଆବପାତରେ ପରିଣତ ହୋଇଛି ।ରବିବାର ଗଭୀର ଅବପାତ ବାତ୍ୟାର ରୂପ ନେବାକୁ ଯାଉଛି । ବାତ୍ୟା ଆଶଙ୍କା ତୀବ୍ର ହେଉଛି । ୫ ତାରିଖରେ ଆନ୍ଧ୍ର ଉପକୂଳ ରେ କରିବ ଲ୍ୟାଣ୍ଡଫଲ୍ । ବଦଳିବ ପାଣିପାଗ। ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି । 

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ୍ ବାତିଲ କରାଯାଇଛି । ବାତ୍ୟା ‘ମିଚାଉଁ’ ପାଇଁ ରେଳ ଚଳାଚଳରେ ବ୍ୟାପକ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍‌ କୁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ବର ଦେଇ ଯାଉଥିବା ୪୨ଟି ଟ୍ରେନ୍ ମଧ୍ଯ ବାତିଲ ହୋଇଛି ।

ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ମୁହାଁ ହୋଇଛି ଗଭୀର ଅବପାତ। ରବିବାର ଯେ କୌଣସି ମୁହୁର୍ତ୍ତରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ୪ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହୋଇ ସମାନ୍ତରାଳ ଭାବେ ଗତି କରିବ । ବାତ୍ୟା ମିଚାଉଁ ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି  । 

ବାତ୍ୟା ମିଚାଉଁ ଲ୍ୟାଣ୍ଡଫଲ୍ ସମୟର ପବନର ବେଗ ସର୍ବାଧିକ ୧୦୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଦିଆଯାଇଛି ୟେଲୋ ଆଲର୍ଟ 


ଆଜିଠୁ ପାଗରେ ହେବ ପରିବର୍ତ୍ତନ। ୪ ତାରିଖ ସନ୍ଧ୍ୟାରେ ବର୍ଷା ସହିତ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିବ ଓ ଝଟ୍‌କା ପବନ ୫୫ କିମି ଛୁଇଁବ। ୫ ତାରିଖ ସନ୍ଧ୍ୟାରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ରହିବ। ତେବେ ଓଡ଼ିଶା ପାଖାପାଖି ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ।
 
ସମ୍ଭାବ୍ୟ ବର୍ଷାକୁ ଦେଖି ୩ ରୁ ୬ ତାରିଖ ଯାଏଁ ୫ ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଫିଲ୍ଡ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି ସରକାର । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚାଷ ଜମିରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...