AFFILIATE MARKETING

https://binomo.com?a=90810425bb57&t=0

Sunday, December 3, 2023

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ

COASTAL NEWS ODIA 1547

ବଙ୍ଗୋପସାଗରରେ ଶକ୍ତି ସଂଗ୍ରହ କରୁଛି ବାତ୍ୟା ମିଚାଉଁ



ଭୁବନେଶ୍ବର - (CNO) ବଙ୍ଗୋପସାଗର ରେ ଲଘୁଚାପ ଗଭୀର ଆବପାତରେ ପରିଣତ ହୋଇଛି ।ରବିବାର ଗଭୀର ଅବପାତ ବାତ୍ୟାର ରୂପ ନେବାକୁ ଯାଉଛି । ବାତ୍ୟା ଆଶଙ୍କା ତୀବ୍ର ହେଉଛି । ୫ ତାରିଖରେ ଆନ୍ଧ୍ର ଉପକୂଳ ରେ କରିବ ଲ୍ୟାଣ୍ଡଫଲ୍ । ବଦଳିବ ପାଣିପାଗ। ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି । 

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ଟି ଟ୍ରେନ୍ ବାତିଲ କରାଯାଇଛି । ବାତ୍ୟା ‘ମିଚାଉଁ’ ପାଇଁ ରେଳ ଚଳାଚଳରେ ବ୍ୟାପକ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍‌ କୁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ବର ଦେଇ ଯାଉଥିବା ୪୨ଟି ଟ୍ରେନ୍ ମଧ୍ଯ ବାତିଲ ହୋଇଛି ।

ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ମୁହାଁ ହୋଇଛି ଗଭୀର ଅବପାତ। ରବିବାର ଯେ କୌଣସି ମୁହୁର୍ତ୍ତରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ୪ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହୋଇ ସମାନ୍ତରାଳ ଭାବେ ଗତି କରିବ । ବାତ୍ୟା ମିଚାଉଁ ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି  । 

ବାତ୍ୟା ମିଚାଉଁ ଲ୍ୟାଣ୍ଡଫଲ୍ ସମୟର ପବନର ବେଗ ସର୍ବାଧିକ ୧୦୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଦିଆଯାଇଛି ୟେଲୋ ଆଲର୍ଟ 


ଆଜିଠୁ ପାଗରେ ହେବ ପରିବର୍ତ୍ତନ। ୪ ତାରିଖ ସନ୍ଧ୍ୟାରେ ବର୍ଷା ସହିତ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିମି ରହିବ ଓ ଝଟ୍‌କା ପବନ ୫୫ କିମି ଛୁଇଁବ। ୫ ତାରିଖ ସନ୍ଧ୍ୟାରେ ପବନର ବେଗ ବଢ଼ି ଘଣ୍ଟା ପ୍ରତି ସର୍ବାଧିକ ୬୦ କିମି ରହିବ। ତେବେ ଓଡ଼ିଶା ପାଖାପାଖି ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ।
 
ସମ୍ଭାବ୍ୟ ବର୍ଷାକୁ ଦେଖି ୩ ରୁ ୬ ତାରିଖ ଯାଏଁ ୫ ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଫିଲ୍ଡ ଅଫିସର ମାନଙ୍କ ଛୁଟି ବାତିଲ କରିଛନ୍ତି ସରକାର । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଦିଆଯାଇଛି ପରାମର୍ଶ। ଚାଷ ଜମିରେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...