AFFILIATE MARKETING

https://binomo.com?a=90810425bb57&t=0

Tuesday, December 19, 2023

ଦକ୍ଷିଣ ଆଫ୍ରିକାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ

COASTAL NEWS ODIA 1588

ଦକ୍ଷିଣ ଆଫ୍ରିକାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ



ଆଳି - (CNO): ଆଳି ଥାନା ଭୂଇଁପୁର ପଞ୍ଚାୟତ ମାନପୁର ଗ୍ରାମର ଯୁବକ ଦିବାକର ଜେନା ୭ ମାସ ତଳେ ଜୀବନ ଜୀବିକା ପାଇଁ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ । ଗତ ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୃତଦେହ ଭାରତ ଆସି ପାରୁନାହିଁ । ଏପଟେ ପୁଅର ଅକାଳ ମୃତ୍ୟୁ ଖବର ମିଳିବା ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି ।ମୃତଦେହ ଆଣିବାକୁ ନିବେଦନ 

ଘଟଣାରୁ ପ୍ରକାଶ ଯେ ଓଡିଶାରେ କର୍ମନିଯୁକ୍ତି ଅଭାବରୁ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଦିବାକର ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରିବା ପାଇଁ ୭ ମାସ ତଳେ ଜଣେ ଦଲାଲଙ୍କ ମାଧ୍ୟମରେ ଦକ୍ଷିଣ ଆଫ୍ରିକାର କଙ୍ଗୋକୁ ଯାଇଥିଲେ । ଶୁକ୍ରବାରଠାରୁ ଦିବାକରଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ଲୋକେ ପାଇଥିଲେ ମଧ୍ୟ ଆଜିଯାଏ ମରଶରୀର ଗାଁକୁ ଆସି ପାରୁନାହିଁ । ଦିବାକରଙ୍କ କେମିତି ମୃତ୍ୟୁ ଘଟିଲା, ତାହାର କାରଣ ମଧ୍ୟ ରହସ୍ୟଜନକ ହୋଇ ରହିଛି ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କିଛି ଜଣା ପଡ଼ିନାହିଁ । 

ଏମିତି ସମୟରେ ଦିବାକରଙ୍କ ଘରେ ଚୁଲି ଜଳୁନି । କାନ୍ଦବୋବାଳିରେ ଘର ଫାଟି ପଡୁଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦିବାକର କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହ ଛାଡୁନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତଦେହ ଫେରାଇ ଆଣିବା ପାଇଁ ମୃତ ଦିବାକରଙ୍କ ପରିବାର ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । 

No comments:

COASTAL NEWS

ପାଲଟା ବାଘ

                   @ ଜହ୍ନମାମୁଁ @ .                     *⭕“ "ପାଲଟା ବାଘ" “⭕*   ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ...