AFFILIATE MARKETING

https://binomo.com?a=90810425bb57&t=0

Tuesday, December 19, 2023

ତାମିଲନାଡୁରେ ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା

COASTAL NEWS ODIA 1591

ତାମିଲନାଡୁରେ ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା 



ତାମିଲନାଡୁ - (CNO) ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଗତ ୨ ଦିନ ହେବ ବର୍ଷା ଲାଗି ରହିଛି, ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲଗଣା ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ରହିଛି । ଏହା ତାମିଲନାଡୁରେ ହୋଇଥିବା ପ୍ରଳୟଙ୍କାରୀ ବର୍ଷା ର ତାଣ୍ଡବଲୀଳା l

ପାଣିପାଗ ବିଭାଗ ପକ୍ଷରୁ ୪ ଜିଲ୍ଲା ତଥା କନ୍ୟାକୁମାରୀ, ତିରୁନେଲବେଲି, ଥୁଥୁକୁଡି ଏବଂ ତେନାକାସୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଏହ ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ବନ୍ଦ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚାଷ ଜମି, ରାସ୍ତା ଏବଂ ବ୍ରିଜ ଜଳମଗ୍ନ ହୋଇରହିଥିବା ବେଳେ ବହୁ ଜନବସତି ସ୍ଥାନ ମଧ୍ୟ ପାଣିରେ ବୁଡି ରହିଛି । ସେହିପରି ବିଦ୍ୟୁତ ସରରବରାହ ମଧ୍ୟ କଟିଯାଇଛି ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଦକ୍ଷିଣ ପ୍ରାନ୍ତରେ ୪୦, ୪୫ ଏବଂ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସେହିପରି ପ୍ରବଳ ବର୍ଷା ମଧ୍ୟ ଲାଗିରହିବ । ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

ସେହିପରି ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କ ପାଖେର ଖାଜ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ମଧ୍ୟ ମୁତୟନ କରାଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...