AFFILIATE MARKETING

https://binomo.com?a=90810425bb57&t=0

Saturday, December 30, 2023

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ

COASTAL NEWS ODIA 1621

କେବିସି’ ର ଶେଷ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ମହାନାୟକ ଅମିତାଭ ବଚ୍ଚନ



ମୁମ୍ବାଇ - (CNO) ଭାରତୀୟ ସିନେମା ଜଗତର କିଂବଦନ୍ତି ପୁରୁଷ ଅମିତାଭ ବଚ୍ଚନ ତାଙ୍କ ଅଭିନୟ ପାଇଁ ଯେତିକି ପ୍ରସିଦ୍ଧ, ବର୍ତ୍ତମାନର ଯୁବଦର୍ଶକଙ୍କ ଭିତରେ ମଧ୍ୟ ସେତିକି ଲୋକପ୍ରିୟ। ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ‌ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି କାରଣରୁ ବିଗ୍‌ ବିଙ୍କର ଏକ ଭାବବିହ୍ବଳ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦର୍ଶକ ମନଜିଣା ଠାଣିରେ ୮୧ ବର୍ଷୀୟ ଅମିତାଭ ହଟ୍‌ ସିଟ୍‌ରେ ବସନ୍ତି, ପ୍ରଶ୍ନ ପଚାରନ୍ତି, ଠିକ୍‌ ଉତ୍ତର ଦେଇ କୋଟି କୋଟି ‌ଟଙ୍କା ଜିତିନିଅନ୍ତି ପ୍ରତିଯୋଗୀ। ହେଲେ ସେ ୮୧ ବର୍ଷୀୟ ବ୍ୟକ୍ତି ଜଣକ କେବଳ ପ୍ରଶ୍ନ ପଚାରନ୍ତି ନାହିଁ। ପ୍ରତିଯୋଗୀଙ୍କୁ ସେମାନଙ୍କ ହାଲ୍‌ଚାଲ୍‌, ଘରପରିବାର ବିଷୟରେ ବି ଭଲମନ୍ଦ ପଚାରି ବୁଝନ୍ତି। ତାଙ୍କର ଏହି ଅନ୍ଦାଜ ହିଁ ତାଙ୍କୁ କୋଟି କୋଟି ଲୋକଙ୍କ ମନର ସମ୍ରାଟ୍ ବନାଇ ଦେଇଛି ।

କୌନ ବନେଗା କରୋଡପତି ଦର୍ଶକଙ୍କୁ ଭାବ ବିହ୍ଵଳ କରିଦିଏ, ମହାନାୟକ ଅମିତାଭ ବଚ୍ଚନ ଙ୍କ ଆତ୍ମିକ ସ୍ଵତନ୍ତ୍ର ଶୈଳୀରେ ଉପସ୍ଥାପନା ପାଇଁ, ସେଥିପାଇଁ ତ କୁହାଯାଏ କୌନ୍ ବନେଗା କରୋଡ଼ପତି ( କେବିସି) ସୋ’ ନୁହେଁ, ଏକ ସଂପର୍କର ଡୋରି । ଭାଇରାଲ୍‌ ହୋଇଥିବା ଭିଡିଓରେ ବିଗ୍‌ ବି ଲୁହ ଛଳ ଛଳ ଆଖିରେ କହୁଛନ୍ତି, ‘‘ଦେବୀ ଓ ସଜ୍ଜନ ମୁଁ ଯାଉଛି, କାଲିଠାରୁ ଏହି ମଞ୍ଚ ଆଉ ସଜା ହେବନାହିଁ।’’

ଜଣେ ପ୍ରଶଂସିକା କହିଲେ , ‘‘ଆମ ଭିତରୁ ଭଗବାନଙ୍କୁ କେହି ବି ଦେଖୁନୁ। ହେଲେ ଆଜି ଆମେ ଭଗବାନଙ୍କର ସବୁଠାରୁ ପ୍ରିୟ ପୁତ୍ରଙ୍କୁ ଦେଖୁଛୁ।’’ ମହିଳାଙ୍କ ଏହି କଥା ବି ବିଗ୍‌ ବିଙ୍କ ଆଖିରେ ଖୁସିର ଲୁହ ଆଣିଦେଉଛି।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...