AFFILIATE MARKETING

https://binomo.com?a=90810425bb57&t=0

Saturday, December 2, 2023

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ କୁ ଆୟକର ବିଭାଗର ୧୭ କୋଟି ଟଙ୍କା ଅର୍ଥଦଣ୍ଡ

COASTAL NEWS ODIA 1535

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ  କୁ ଆୟକର ବିଭାଗର ୧୭ କୋଟି ଟଙ୍କା ଅର୍ଥଦଣ୍ଡ 




ରାଜକନିକା - ( CNO ) କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ରାଜକନିକା ଶାଖା ଅଧୀନରେ ଥିବା ଦେଉଳି ପାକ୍ସ (ପ୍ରାଥମିକ କୃଷି ସମବାୟ ସୋସାଇଟି)କୁ ଆୟକର ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ୧୭ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । 

ରାଜକନିକା ଶାଖାର ୧୬ଟି ପାକ୍ସରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଆୟକର ବିଭାଗ ସୂଚନା ପାଇବା ପରେ ସେସବୁର ଆର୍ଥିକ କାରବାରର ତଦନ୍ତ କରି ସେମାନଙ୍କୁ ନୋଟିସ୍ ଜାରି କରିଥିଲା । ତେବେ ବାରମ୍ବାର ନୋଟିସ୍ କରିବା ପରେ ପାଳ୍ପ ଗୁଡ଼ିକରୁ କୌଣସି ଉତ୍ତର ବା ସହଯୋଗ ମିଳିନଥିଲା। 

ତେଣୁ ପ୍ରଥମ ପର୍ଯ୍ୟାୟରେ ଦେଉଳି ପାଳ୍ପ କୁ ଅର୍ଥଦଣ୍ଡ ଦିଆଯାଇଛି । ଏସବୁ ପାକ୍ସ ଚାଷୀମାନଙ୍କୁ ବେପରୁଆ ଭାବେ ଖରିଫ୍ ଓ ରବିଋତୁ ଋଣ ଲଗାଣ, ଆଦାୟ କରୁଥିବା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଆୟକର ବିଭାଗ ପକ୍ଷରୁ ସମସ୍ତ ପାଳ୍ପ କୁ ନୋଟିସ୍ ଦେଇଥିଲା। ତେବେ ବାରମ୍ବାର ନୋଟିସ୍ ଦେବାପରେ ବି କୌଣସି ପାକ୍ସ ଏଥ୍ପ୍ରତି ଗୁରୁତ୍ଵ ଦେଇନଥିଲେ। ତେଣୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଓ ଆୟକର ବିଭାଗ ପକ୍ଷରୁ ଦେଉଳି ପାକ୍ସ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଛି । 

ଚାଷୀଙ୍କୁ ସାହୁକାରଙ୍କ ଶୋଷଣରୁ ମୁକ୍ତ କରିବାକୁ ପାକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ଗଠନ ହୋଇଥିଲା। ମାତ୍ର ଦେଉଳି ସମବାୟ ସମିତିରେ ନିଯୁକ୍ତ ସମ୍ପାଦକଙ୍କ ବେପରୁଆ ନୀତି ତଥା ଅଜ୍ଞତା ଯୋଗୁଁ ପ୍ରତି ଖରିଫ୍ ଓ ରବି ଋତୁର ରଣକୁ ପେପର ଟ୍ରାନ୍ଜାକ୍ସନରେ ବା କାଗଜ କଲମରେ ନକରି କ୍ୟାସ୍ ଟ୍ରାନଜାକ୍ସନ୍‌ରେ ଚାଷୀଙ୍କୁ ପ୍ରଦାନ କରାଯାଉଥିଲା। ଚାଷିଙ୍କୁ ରୁଣ ରାଶି ଚେକ୍ଏ ମାଧ୍ୟମରେ ଦିଆ ନଯାଇ କ୍ୟାସ୍  ଆକାରରେ ଦିଆଯାଇଥିଲା ଯାହାର କାରଣ ଅସ୍ପଷ୍ଟ ଓ ସମ୍ପାଦକଙ୍କୁ ଲାଭ ପ୍ରଦାନ କରିବା ପାଇଁ ଉଦ୍ଧିଷ୍ଟ ବୋଲି ଆଲୋଚନା ହେଉଛି l 

ଏ ସମ୍ପର୍କରେ ଜାଣି ଆୟକର ବିଭାଗ ଏନେଇ ତଥ୍ୟ ମାଗିଥିଲେ । ମାତ୍ର ବହୁବାର ପାକ୍ବ ସମ୍ପାଦକମାନଙ୍କ ବେପରୁଆ ଋଣ କାରବାରର ପରିଣାମ ବାବଦରେ ଚିଠି କରିବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ଆୟକର ବିଭାଗ ଗତ ୨୨ ତାରିଖରେ ପାକ୍ସକୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । 

ଆୟକର ବିଭାଗର ନୋଟିସ୍ ଅନୁସାରେ ଦେଉଳି ପାକ୍ସ ସିସିସିବି ରାଜକନିକା ଶାଖାରେ ଆକାଉଣ୍ଟ ନମ୍ବର ୩୮୧୩୪୦୪୦୮୨୪, ୩୮୧୩୪୦୪୦୮୪୬ ଓ ୩୮୧୩୪୦୪୦୮୬୭ରେ ତିନିଟି ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କା କାରବାର କରୁଥିଲା। ଏହି ସବୁ କାରବାରରୁ ଟିକସ ଫାଙ୍କି ହେଉଥିଲା। ନୋଟିସ ସତ୍ତ୍ଵେ ଦେଉଳି ପାକ୍ସ ପକ୍ଷରୁ କୌଣସି ଉତ୍ତର ଦିଆନଯିବାରୁ ନିୟମ ଅନୁସାରେ ଆୟକର ବିଭାଗ ଅର୍ଥଦଣ୍ଡ ଲାଗୁ କରିଛନ୍ତି। ଏ ସମ୍ପର୍କରେ ପାକ୍ଟର ସମ୍ପାଦକଙ୍କୁ ପଚାରିବାରେ ‘ଆମେ ଏନେଇ ଯୋଗାଯୋଗ କରୁଛୁ’ ବୋଲି ସେ ହାଲୁକା ଉତ୍ତର ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜକନିକାର ପୁରୁଖା ସମବାୟବିତ୍ର ଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଦେଉଳି ପାଳ୍ପ କୁ ଅନଭିଜ୍ଞ ସମ୍ପାଦକଙ୍କ ବେପରୁଆ ନୀତି କାରଣରୁ ନିଜର ଆର୍ଥିକ ସ୍ଥିତି ତୁଳନାରେ ବହୁ ଅଧିକ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛି । ଦେଉଳି ପାକ୍ସରେ ଦୁଇ ହଜାରରୁ ଅଧିକ ଚାଷୀ ରହିଥିବା ବେଳେ ସେମାନେ ଦୀର୍ଘ ବର୍ଷ ହେବ ଏହି ପାକ୍ସରୁ ଋଣ ନେଇ କାରବାର କରୁଛନ୍ତି। ମାତ୍ର ପାଳ୍ପ କୁ ଅର୍ଥଦଣ୍ଡ ମିଳିବା ପରେ ଏବେ ସମବାୟବିତ୍ ଓ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ନୋଟିସ୍ ଜାରି ହେବାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅର୍ଥ ଭରଣା ନହେଲେ ନିୟମ ମୁତାବକ ଦଣ୍ଡ ରାଶିର ପରିମାଣ ୩ ଗୁଣ ହେବ । 

ଏତେଗୁଡ଼ିଏ ଟଙ୍କା କିଏ, କାହିଁକି ଓ କେଉଁଠୁ ଆଣି ଭରଣା କରିବେ, ତାହା ଏବେ ଚିନ୍ତାର ବିଷୟ ହୋଇଛି । ଯଦି ଅର୍ଥ ଦଣ୍ଡକୁ ସମ୍ପୃକ୍ତ ପାକ୍ସ ଭରଣା ନକରେ, ନିୟମ ଅନୁଯାୟୀ ଏହି ପାକୁର ସମସ୍ତ ସ୍ଥାବର ଅସ୍ଥାବର ସମ୍ପରି ସରକାର ନେଇଯିବେ ବୋଲି ଚାଟାର୍ଡ ଆକାଉଣ୍ଟାଣ୍ଟମାନେ କହୁଛନ୍ତି । ଏଣୁ ସମ୍ପାଦକଙ୍କ ଦାୟିତ୍ବହୀନତା ଓ ଅନଭିଜ୍ଞତା ପାଇଁ ପାକ୍ସ ନିଜ ସତ୍ତା ହରାଇବାକୁ ଯାଉଥିବା କଥା ସ୍ପଷ୍ଟ ହୋଇଯାଇଛି । ଏହି ଅର୍ଥଦଣ୍ଡ ରାଶି ସମ୍ପୃକ୍ତ ପାଳ୍ପ ଓ ବ୍ଯାଙ୍କ କର୍ମଚାରୀଙ୍କ ଠାରୁ କାହିଁକି ଆଦାୟ କରାନଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l 

ସମବାୟ ସମିତି ରେ ହୋଇଥିବା ଅନିମିୟତତା ଓ ଅବ୍ୟବସ୍ଥା ପାଇଁ ସମବାୟ ସମିତି କାହିଁକି ଦାୟୀ ରହିବ କର୍ମଚାରୀ କାହିଁକି ନୂହେଁ l ସମିତି ଓ ବ୍ୟାଙ୍କରୁ ଦରମା ନେଇ ଅନିୟମିତତା କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଣ ପାଇଁ ହେବ ନାହିଁ l 

ଏ ସମ୍ପର୍କରେ ରାଜକନିକା ପାଳ୍ପ ସମ୍ପାଦକ ୟୁନିଅନ୍‌ର ସଭାପତି ବଂଶୀଧର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଏହା ବ୍ୟାଙ୍କର ଭୁଲ୍ ଯୋଗୁଁ ହୋଇଛି । ଆଜି ମ୍ୟାନେଜରଙ୍କ ସହ ଆଲୋଚନା କରିଛୁ, ଉଚିତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରାଯିବ। ତେବେ ଆୟକର ବିଭାଗ ନୋଟିସକୁ ହାଲୁକାରେ ନେଉଥିବା ରାଜକନିକାର ଅନ୍ୟ ପାଳ୍ପ କୁ ସମ୍ପାଦକମାନେ ଠିକ୍ ସମୟରେ ନୋଟିସ୍‌ର ଉତ୍ତର ନରଖି ଆଗାମୀ ଦିନରେ ରାଜକନିକାର ସମବାୟ ବ୍ୟବସ୍ଥା ଭୁଶୁଡ଼ି ପଡିବାର ଆଶଙ୍କା ସୃଷ୍ଟି ହୋଇଛି l

ଏ ଖବରର ସୁଦୂରପ୍ରସାରୀ ପ୍ରଭାବ ଆଳି ରେ ପଡିଛି l ଏହାପରେ ଆଳି ର ପାଳି ପଡ଼ିବକି ବୋଲି ଆଲୋଚନା ହେଉଛି l ଆଳି ମାଳିକା ଉପରେ ସମସ୍ତଙ୍କର ନଜର l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...