AFFILIATE MARKETING

https://binomo.com?a=90810425bb57&t=0

Saturday, December 2, 2023

ସାପ ଉଦ୍ଧାରକାରୀ କେଶବ ସିଂହ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ

COASTAL NEWS ODIA 1537

ସାପ ଉଦ୍ଧାରକାରୀ କେଶବ ସିଂହ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ



ଆଳି - (CNO): ପେଶାରେ ପ୍ରିଣ୍ଟର ଓ ସମାଜସେବା ରେ ରୁଚି ରଖୁଥିବା ସରଳ ନିଷ୍କପଟ ବ୍ୟକ୍ତି ଭାବେ ପରିଚିତ କବି ତଥା ବିପଦଜ୍ଜନକ ସାପ ଉଦ୍ଧାରକାରୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଲୋକାପଡା ଗ୍ରାମର କେଶବ ଚରଣ ସିଂହଙ୍କୁ ଓଡ଼ିଶା ନାଗରିକ ମହାମଞ୍ଚର ସଭାପତି,ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମ ଦିନ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ଅନୁଷ୍ଠିତ ଏକ ଉତ୍ସବରେ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। 



ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ସମର୍ପିତ ଶ୍ରୀ ସିଂହ ଜଣେ ସର୍ପ ଉଦ୍ଧାରକାରୀ ଭାବେ ସାରା ଅଞ୍ଚଳରେ ବେଶ୍ ପରିଚିତ । ସେଥ୍ ପାଇଁ ସେ ବହୁ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ବିନା ପାରିଶ୍ରମିକରେ ଘରେ କିମ୍ବା ଚଳପ୍ରଚଳ ସ୍ଥାନରେ ରହି ଭୟସୃଷ୍ଟି କରୁଥିବା ବିପଦଜନକ ସାପ ଉଦ୍ଧାର କରି ବଣ, ଜଙ୍ଗଲରେ ଛାଡ଼ିଥାନ୍ତି। ଶ୍ରୀ ସିଂହଙ୍କ ଏହି ବିପଜ୍ଜନକ ସେବାକାର୍ଯ୍ୟ ପାଇଁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଜନ୍ମ ଦିନ ଅବସରରେ ଡ.ବନ୍ଦନା ହରିଚନ୍ଦନ, ନାରାୟଣ ଚନ୍ଦ୍ର ଓଝା, ତନ୍ମୟ ସାମନ୍ତରାୟ, ଅମରେଶ ଜେନା, ଗିରିଜାଶଙ୍କର ଦାସ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିଂହଙ୍କୁ ସମ୍ବଦ୍ଧିତ କରିଥିଲେ।

https://whatsapp.com/channel/0029VaB0hy5DjiOTybpcH72y

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...