AFFILIATE MARKETING

https://binomo.com?a=90810425bb57&t=0

Tuesday, December 5, 2023

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା

COASTAL NEWS ODIA 1560

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା 


 
ଭୁବନେଶ୍ୱର - (CNO) କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ ହେବ l ଏଣିକି ସଡ଼କ ଦୁର୍ଘଟଣାରେ ଆହତଙ୍କୁ  ଚିକିତ୍ସା ଲାଗି ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଅର୍ଥ ଅଭାବରୁ ଚିକିତ୍ସା ନ ପାଇ କାହାର ଜୀବନହାନି ହେବ ନାହିଁ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଡେରିରେ ଚିକିତ୍ସା କାରଣରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛନ୍ତି । 

ଏନେଇ ପ୍ରଥମରୁ ସରକାର ମଟର ଭେଇକିଲ ନିୟମର ପରିବର୍ତ୍ତନ କରିସାରିଛନ୍ତି । ପରିସଂଖ୍ୟାନ ମୁତାବକ ଗତବର୍ଷ 4.46 ଲକ୍ଷ ସଡକ ଦୁର୍ଘଟଣା ହୋଇଛି । ଏଥିରେ 4.23 ଲକ୍ଷ ଲୋକ ଆହତ ହୋଇଛନ୍ତି ଓ 1.71 ଲକ୍ ଲୋକଙ୍କର  ମୃତ୍ୟୁ ହୋଇଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ । 

ଆଗାମୀ 4 ମାସ ମଧ୍ୟରେ ସାରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କର୍ଯ୍ୟକ୍ରମରେ କହିଛନ୍ତି କି, ସଡକ ଦୁର୍ଘଟଣାରେ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି । ନିଶ୍ଳୁକ ଓ କ୍ୟାସଲେସ ଚିକିତ୍ସା ଭାରତୀୟ ମୋଟର ଯାନ ଆଇନରେ ରହିଛି । ଏବେ ଏହି ନିୟମର ପାଳନ କିଛି ରାଜ୍ୟରେ କରାଯାଉଛି । ହେଲେ ଆଗାମୀ 4 ମାସ ମଧ୍ୟରେ ଏହା ଦେଶର ପ୍ରତିଟି ରାଜ୍ୟରେ ଲାଗୁ ହେବ । 

ଏନେଇ ମନ୍ତ୍ରଣାଳୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିକଟରେ ଆବେଦନ କରାଯାଇଛି ।  ସେପଟେ ସଡକ ସୁରକ୍ଷା ନେଇ ସଚେତନ କରିବାକୁ ସରକାର ରୋଡ ସେଫ୍ଟି କୋର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ଖୁବଶୀଘ୍ର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ ହେବ । ଏହାସହ ଭାରତ ଏନକ୍ୟାପ ବି ଲାଗୁ ହେବ । ଏଥିରେ ସିଟ୍ ବେଲ୍ଟ ରିମାଇଣ୍ଡର ଓ ଗାଡିର କିଛି ଟେକ୍ନୋଲୋଜୀରେ ପରିବର୍ତ୍ତନ କରାଯିବ । ତେବେ ସଡକ ଦୁର୍ଘଟଣା କମେଇବାକୁ ହେଲେ ଜନ ସଚେତନତା ଜରୁରୀ l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...