AFFILIATE MARKETING

https://binomo.com?a=90810425bb57&t=0

Friday, December 22, 2023

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ

COASTAL NEWS ODIA 1599

ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର  ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ରେ ଫ୍ରେଣ୍ଡ୍ସ ପରଡ଼ାଇସ କ୍ଲବ ଜଟଣୀ କୁ 1  -0 ରେ ହରାଇ ଫାଇନାଲ ରେ ସ୍ପୋର୍ଟ୍ସ ହଷ୍ଟେଲ କଟକ . ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ପୋର୍ଟ୍ସ ହଷ୍ଟେଲ କଟକ ର 9 ନମ୍ବର ଜର୍ସି  ପିନ୍ଧିଥିବା ପାରୋ ମୁର୍ମୁ କୁ 1000 ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା .  

ଅତିଥି ଭାବେ ଶ୍ରୀମତୀ ମିନତୀ ରାଉତ, ଅଧ୍ୟକ୍ଷା ରାଜକନିକା ପଂଚାୟତ ସମିତି, ରାଜକନିକା , ଶ୍ରୀମତୀ ମିନତୀ ଜଗଦେବ , ବ୍ଲକ ଉନ୍ନୟନ ଅଧିକାରୀ  ଆଳି, ଶ୍ରୀମତୀ ରିତାରାଣୀ ପରିଡା , ସରପଞ୍ଚ ଦେମାଳ ଗ୍ରାମ ପଂଚାୟତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ  ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ , ନିର୍ମଳ ବେହେରା, ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ଗଣେଶ୍ୱର ସାମଲ , ଅରୁଣ ଖଣ୍ଡୁଆଳ , ମନୋଜ ମହାନ୍ତି  ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ . 

ରେଫରୀ ଭାବେ ସୁଦିପ ଦାସ, ଜିତେନ୍ଦ୍ର ସ୍ୱାଇଁ, ପ୍ରତାପ ବାହିନୀପତି, ବରୁଣ ପ୍ରଧାନ, ଶରତ ଜେନା, ଭାଷ୍ୟକାର ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ . ଆସନ୍ତା କାଲି ର ମ୍ୟାଚ ଉନାଇଟେଡ଼ କ୍ଲବ ଗଣ୍ଡରପୁର  ଭୁବନେଶ୍ୱର ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ .

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...