AFFILIATE MARKETING

https://binomo.com?a=90810425bb57&t=0

Saturday, December 9, 2023

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା: ୧୪୮ ପଜିଟିଭ୍ ଚିହ୍ନଟ

COASTAL NEWS ODIA 1572

ଦେଶରେ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ୍ ୧୪୮ ପଜିଟିଭ୍ ଚିହ୍ନଟ


ନୂଆଦିଲ୍ଲୀ - (CNO) ସାରା ବିଶ୍ୱରେ ଆତଙ୍କ ସୃଷ୍ଟିକାରୀ ହଜାର ହଜାର ଲୋକଙ୍କ ମୃତ୍ୟର କାରଣ ସାଜିଥିବା କରୋନା ଭାଇରସ ପୁଣି ଚିନ୍ତା ବଢାଉଛି । ଶୀତଦିନ ଆରମ୍ଭ ହେବା ସହିତ ଭାରତରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଦେଖାଦେଇଛି । ଭାରତରେ ପୁଣି ବୃଦ୍ଧି ପାଉଛି କରୋନା ରୋଗ ମାମଲା ।

ପିଟିଆଇର ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଭାରତରେ 148ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଶନିବାର (9 ଡିସେମ୍ବର) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 808 କୁ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ ବିଷୟ ବିଧିବଦ୍ଧ ଉଦ୍ୟମ ଦ୍ୱାରା ଏହାକୁ ରୋକାଯାଇ ପାରିବ ।


ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜୀବାଣୁ ସଂକ୍ରମଣର ମୋଟ ସଂଖ୍ୟା 4 କୋଟି 50 ଲକ୍ଷ 2 ହଜାର 889 । ସେହିପରି ମୃତକଙ୍କ ସଂଖ୍ୟା 5 ଲକ୍ଷ 33 ହଜାର 306କୁ ବୃଦ୍ଧି ପାଇଛି ।


ସେହିପରି କରୋନାରୁ ସୁସ୍ଥ ହୋଇଛନ୍ତି ପରେ 4 କୋଟି 44 ଲକ୍ଷ 68 ହଜାର 775 ଜଣ । 98.81 ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ମାତ୍ର 1.19 ପ୍ରତିଶତ ରହିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 220.67 କୋଟି ଆଣ୍ଟି-କୋଭିଡ ଟିକା ଦିଆଯାଇ ପାରିଛି । 

ଖବରରୁ ପ୍ରକାଶ ଯେ ଚାଇନାରେ ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଦେଶରେ ମଧ୍ୟ ଏହାକୁ ନେଇ ସରକାରଙ୍କ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି l ଏବେ କରୋନା ର ନୂଆ ମାମଲା ମଧ୍ୟ ଦେଖିବାକୁ ମିଳିଛି ଏନେଇ କେନ୍ଦ୍ର ପକ୍ଷରୁ ପୂର୍ବରୁ ଏକ ସତର୍କ ସୂଚନା ଜାରି କରାଯାଇଛି  ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...