AFFILIATE MARKETING

https://binomo.com?a=90810425bb57&t=0

Friday, December 1, 2023

ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ପ୍ରଦର୍ଶନୀରେ ଯତୀନ ଦାସ

COASTAL NEWS ODIA 1533

ଅନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ପ୍ରଦର୍ଶନୀରେ ଯତୀନ ଦାସ


ଆଳି - (CNO )ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ବେଳାଭୂମିରେ ରେ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପ କଳା ପ୍ରଦର୍ଶନୀରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର  ବାଲୁକା ଶିଳ୍ପୀ ଯତୀନ ଦାସ ଭାଗ ନେବେ । ଏହି ବାଲୁକା କଳା ପ୍ରଦର୍ଶନୀରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ଶତାଧୀକ ବାଲୁକା ଶିଳ୍ପୀ ଯୋଗଦେବେ ଯାହାକି ଆଗାମୀଦିନରେ ବାଲୁକା ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ସହ ଏହା ଓଡ଼ିଶା ଓ ଭାରତର କଳା ଗାରିମାକୁ ବୃଦ୍ଧି କରିବ। 

ଆଳି ଧାନମଣ୍ଡଳ ଗ୍ରାମର ବାଲୁକା ଶିଳ୍ପୀ ଯତୀନ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିବା ପରେ ଆଳି ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି। ଯତୀନ ଦୀର୍ଘଦିନ ହେବ ବାଲୁକା କଳା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ଆଳି ଅଞ୍ଚଳର ଛାତ୍ରୀଛାତ୍ରମାନେ କିପରି ଏହି କଳା ପ୍ରତି ଆକୃଷ୍ଟ ହେବେ ସେ ନେଇ ଡାକବଙ୍ଗଳା ଛକରେ ଜେଡ଼ି ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ପିଲା ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। 

ଯତୀନ ଦେଶ ବିଦେଶରେ ଅନୁଷ୍ଠିତ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ ପ୍ରତିଯୋଗିତା ରେ ଭାଗନେଇ ସମ୍ମାନିତ ହେଇଛନ୍ତି। କୋଣାର୍କରେ ହେବାକୁ ଥିବା ବାଲୁକା କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ସୁଯୋଗ ମିଳିଥିବାରୁ ଯତୀନ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହି ପ୍ରଦର୍ଶନୀ ଅନେକ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି । 

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...