AFFILIATE MARKETING

https://binomo.com?a=90810425bb57&t=0

Sunday, December 3, 2023

ବେଙ୍ଗାଳୁରୁ ର ୪୮ ସ୍କୁଲରେ ବୋମା ଆତଙ୍କ

COASTAL NEWS ODIA 1343

ବେଙ୍ଗାଳୁରୁ ର ୪୮ ସ୍କୁଲରେ ବୋମା ଆତଙ୍କ  



ବେଙ୍ଗାଳୁରୁ (CNO ) - ବେଙ୍ଗାଳୁରୁ ସହର ଏବଂ ଆପାଖ ଇଲାକାରେ ରହିଥିବା ସ୍କୁଲଗୁଡିକରେ ଶୁକ୍ରବାର ସକାଳେ ବୋମା ଆତଙ୍କ ଦେଖାଯାଇଥିଲା । ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ଏଠାକାର ୪୮ଟି ସ୍କୁଲକୁ ଇ-ମେଲ ଯୋଗେ ବିସ୍ଫୋରଣର ଧମକ ମିଳିବା ପରେ ନାହିଁ ନଥିବା ପରିସ୍ଥିତି ଉପୁଜିଥିଲା । ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସ୍କୁଲ କର୍ମଚାରୀ ପିଲା ଏବଂ ସେମାନଙ୍କ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା I

ଏହି ଖବର ପ୍ରଚାରିତ ହେବା ପରେ ପୁଲିସ ସହ ସୁରକ୍ଷା ଏଜେନ୍ସି ଓ ଢଗ ସ୍ପାତ ସର୍ଜ ଅପରେସନ ଆରମ୍ଭ କରିଥିଲେ। ସେହିପରି ଏହି ୪୮ ସ୍କୁଲରୁ ପିଲା ଓ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏବେ ସୁଦ୍ଧା କୌଣସି ସ୍କୁଲରୁ ବୋମା ଠାବ କରାଯାଇ ନଥିବା କୁହାଯାଇଛି । ଏହାସତ୍ତ୍ବେ ଅଭିଭାବକମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । 

ସୂତ୍ର ଅନୁସାରେ ଶୁକ୍ରବାର ସକାଳୁ ପ୍ରଥମେ ୧୫, ପରେ ୨୫ ଓ ଶେଷରେ ୪୮ଟି ସ୍କୁଲର ଇ-ମେଲକୁ ହଠାତ୍ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଖବର ପାଇ ପୁଲିସ ସମେତ ବୋମା ନିଷ୍କ୍ରିୟକାରୀ ଟିମ୍ ବିଭିନ୍ନ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ତୁରନ୍ତ ସ୍କୁଲ ପିଲା ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ସ୍କୁଲ ବାହାରେ ଅଭିଭାବକମାନେ ମଧ୍ୟ ଭିଡ଼ ଜମେଇଥିଲେ । 

ଇମେଲ୍ହ୍ଲା ଦ୍ଵାରା ଇଟଫିଲ୍ମ, କୋରେମଙ୍ଗାଲା, ବାସବେଶନଗର, ପାଲାହାଙ୍କା ଓ ସଦାସିବନଗରରେ ଥିବା ଘରୋଇ ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣ ଧମକ ମିଳିଛି । ସ୍କୁଲରେ ଯାଞ୍ଚ କଡ଼ାକଡ଼ି ଭାବେ ଚାଲୁଥିବାରୁ ଅଭିଭାବକଙ୍କୁ ଡାକି ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଭୟଭୀତ ହେବାର କିଛି ନାହିଁ ବୋଲି ବେଙ୍ଗାଲୁରୁ ପୁଲିସ କମିସନର ସମସ୍ତଙ୍କୁ ଆଶ୍ବସନା ଦେଇଛନ୍ତି।

ତଦନ୍ତକାରୀ ସଂସ୍ଥା ଦ୍ଵାରା ଇ-ମେଲ କେଉଁଠୁ ଆସିଛି ତାର ତଦନ୍ତ କରାଯାଇଛି ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି। ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ସମସ୍ତଙ୍କୁ ଚକିତ କରିଛି। ୫ ହଜାର ଛାତ୍ରଛାତ୍ରୀଙ୍କୁ ଖାଲି କରାଗଲା

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...