AFFILIATE MARKETING

https://binomo.com?a=90810425bb57&t=0

Thursday, December 7, 2023

ମେଗା ଆଇଟି ରେଡ୍ ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ

COASTAL NEWS ODIA 1567

ମେଗା ଆଇଟି ରେଡ୍  ବସ୍ତା ବସ୍ତା ଟଙ୍କା ଗଣୁଛି ମେସିନ 



ଭୁବନେଶ୍ବର - (CNO) ଲୋକଙ୍କୁ ହତଚକିତ କରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଆଇଟି ରେଡ୍ । ରେଡ୍ ପାଇଁ ଯାଇଥିବା ଅଫିସର ବି ଆଶ୍ଚର୍ଯ୍ୟ । ଆଲମିରା ଭିତରେ ଥାକ ମାରି ରଖାଯାଇଥିଲା ବିଡ଼ା ବିଡ଼ା ଟଙ୍କା । ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୨୦୦ କୋଟି ନଗଦ ଟଙ୍କା ଜବତ । 
https://m.facebook.com/groups/212193425873812/?ref=share&mibextid=NSMWBT

ଓଡିଶାରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ । ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ବେଳେ ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା ଧରାପଡ଼ିଛି ।
<script async src="https://pagead2.googlesyndication.com/pagead/js/adsbygoogle.js?client=ca-pub-8421454238532205"
     crossorigin="anonymous"></script>

ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । 

ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।

https://whatsapp.com/channel/0029VaB0hy5DjiOTybpcH72y

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...