AFFILIATE MARKETING

https://binomo.com?a=90810425bb57&t=0

Tuesday, December 5, 2023

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ

COASTAL NEWS ODIA 1558

ପ୍ରଳୟଙ୍କାରୀ ବାତ୍ୟା ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ସ୍ଥିତି ଅସମ୍ଭାଳ 



ଭୁବନେଶ୍ବର - (CNO) ପ୍ରଳୟଙ୍କାରୀ ବାତ୍ୟା 'ମିଗ୍‌ଜୋମ୍‌'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି । ଦକ୍ଷିଣ ଆନ୍ଧ୍ରର ବାପଟ୍‌ଲା ନିକଟରେ ଲ୍ୟାଣ୍ଡଫଲ୍ ହେବ । ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି । 
ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା । ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଭୀଷଣ ବାତ୍ୟା ବର୍ତ୍ତମାନ ଆନ୍ଧ୍ରର ନେଲୋରଠାରୁ ୭୦ କିଲୋମିଟର, କଭାଲିରୁ ୩୫, ବାପଟଲାଠାରୁ ୮୦ କିଲୋମିଟର ଏବଂ ମଛଲିପଟନମରୁ ୧୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମିଗଜୋମ । ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ଚେନ୍ନାଇ; ଭାସୁଛି ଗାଡ଼ି, ରାସ୍ତାରେ କୁମ୍ବୀର ଙ୍କ ଚଳପ୍ରଚଳ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l

ଓଡିଶା ର ମାଲକାନଗିରି , ଗଜପତି , ରାୟଗଡା , ଝାରସୁଗୁଡା ,ସମ୍ବଲପୁର ବର୍ଷା ଜିଲ୍ଲାରେ ହୋଇଛି। ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶା ସମୁଦ୍ର ମଧ୍ୟରେ ୩୫ ରୁ ୪୫ କିଲୋମିଟର ପବନ ରହିଛି । ଧୀରେ ଧୀରେ ବୃଦ୍ଧି ପାଇ ସର୍ବାଧିକ ୬୦ କିଲୋମିଟର ଘଂଟା ପ୍ରତି ରହିବ ବୋଲି ଆକଳନ କରାଯାଇଛି । 

ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାଜ୍ଯ ସରକାର ଙ୍କ ଦ୍ଵାରା ଜାରି ହୋଇଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଓଡିଶା ସରକାରଙ୍କ ଦ୍ଵାରା ଅମଳକ୍ଷମ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ କୃଷକ ମାନଙ୍କୁ ପରାମର୍ଶ ଦିଆଯାଇଛି । ଚେନ୍ନାଇରେ ସ୍ଥିତି ଅସମ୍ଭାଳ । ବର୍ଷା ପ୍ରଭାବରେ ଆଠ ଜଣଙ୍କ ମୃତ୍ୟୁ ଘଟିବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜନଜୀବନ ପ୍ରଭାବିତ ସରକାର ଙ୍କ ତରଫରୁ ପୀଡିତ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଭାରତର ପ୍ରଧାନମନ୍ତ୍ରୀ ପ୍ରଭାବିତ ରାଜ୍ଯ ମାନଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ କୁ ପରାମର୍ଶ ଦେଇଛନ୍ତି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...