AFFILIATE MARKETING

https://binomo.com?a=90810425bb57&t=0

Monday, December 11, 2023

ଭୁବନେଶ୍ବର ରେ ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର

COASTAL NEWS ODIA 1575

ଭୁବନେଶ୍ବର ରେ ଜ୍ୟାକେଟ୍ ପିନ୍ଧା ସମ୍ଭ୍ରାନ୍ତ ଚୋର 



 
ଭୁବନେଶ୍ୱର - (CNO) ସାବଧାନ୍ ରାଜଧାନୀ ରେ ମାତିଛନ୍ତି ଜିନ୍ସ-ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ଘରେ ପଶି ବୁଲାଉଛନ୍ତି କଳାକନା । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏମିତି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ । 

ଖବର ଅନୁସାରେ ଗତକାଲି ମଞ୍ଚେଶ୍ୱର ରେଲୱେ କଲୋନୀର B 15/2 କ୍ୱାର୍ଟର୍ସରେ ରହୁଥିବା ରଞ୍ଜନ କୁମାର ସିଂହଙ୍କ ପରିବାର ଘରେ ନଥିଲେ । ଏହାର ସୁଯୋଗ ନେଇ 3 ଜଣ ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର ବିଳମ୍ବିତ ରାତିରେ ତାଙ୍କ ଘରେ ପଶିଥିଲେ ଏବଂ 28 ହଜାର ଟଙ୍କା ସହ ସୁନାଗହଣା ଲୁଟିନେଇଥିଲେ । ସିସିଟିଭିରେ ଲୁଟ୍‌ ସମୟର ସମସ୍ତ ଦୃଶ୍ୟ କଏଦ ହୋଇଛି । 

ଚୋରି ଟଙ୍କା ବାବଦରେ ଘର ମାଲିକ ରଞ୍ଜନ କୁମାର ସିଂହ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରହିଛି । ଘଟଣାରେ ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗ ଥିବା ସୂଚନା ମିଳିଛି । 
  
ଗତ ଦୁଇ ମାସ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟପାଟର ଖବର ସାମ୍ନାକୁ ଆସୁଛି । ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କୁ ଧରିବାରେ ବିଫଳ ହେଉଛି କମିଶନରେଟ୍ ପୋଲିସ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...