AFFILIATE MARKETING

https://binomo.com?a=90810425bb57&t=0

Saturday, December 9, 2023

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ

COASTAL NEWS ODIA 1571

ଆଳି ମଣ୍ଡଳସ୍ତରୀୟ ବିଜ୍ଞାନ ମେଳାରେ କୁନି ବୈଜ୍ଞାନିକ ମାନଙ୍କ ଚମତ୍କାର ପ୍ରଦର୍ଶନୀ



ଆଳି - ( CNO ) ଆଳି ବ୍ଲକ  ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ମେଳା ଓ ପ୍ରଦର୍ଶନୀ  ପତ୍ରପୁରର ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଆଳି ବିଇଓ ନଳିନୀ କାନ୍ତ ରାଉତରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ଆରାଧନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାଶ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଧ କୁମାର ବାରିକ, ପତ୍ରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ କାନନ ବିହାରୀ ପରିଡା, ପୂର୍ବତନ ଶିକ୍ଷା ଅଧିକାରୀ ରତିକାନ୍ତ ସେନାପତି, ନୋଡାଲ ପ୍ରଧାନ ଶିକ୍ଷକ ବିରଞ୍ଚ ନାରାୟଣ ମହାପାତ୍ର ଓ ଆଳି ମଣ୍ଡଳ ବିଜ୍ଞାନ ପରିଷଦ ସମ୍ପାଦକ ଶୁଭ୍ରକାନ୍ତ ମିଶ୍ର ଯୋଗଦେଇଥିଲେ। 

ବିଜ୍ଞାନ ମେଳାରେ ଅନୁଷ୍ଠିତ ପ୍ରଦର୍ଶନୀ ରେ ସମୁଦାୟ ୧୧୭ଟି ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନିକ ଛାତ୍ରୀଛାତ୍ରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା l ସର୍ବସାଧାରଣ ବୁଦ୍ଧିଜିବୀ ଓ ପରିଦର୍ଶକ ମାନେ ଏହି ପ୍ରକଳ୍ପ ଗୁଡିକୁ ଦେଖିଥିଲେ l ପ୍ରକଳ୍ପ ସଞ୍ଚାଳକ ଛାତ୍ରଛାତ୍ରୀ ମାନେ ନିଜ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ l ପିଲାଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପକୁ ବିଚାରକମାନେ ବୁଲି ଦେଖିବା ସହିତ ପିଲାଙ୍କ ସହିତ ପ୍ରକଳ୍ପ ବିଷୟରେ ଆଲୋଚନା କରିବା ସହିତ ମନ୍ତବ୍ୟ ରଖିଥିଲେ। ବିଚାରକମାନେ ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ପରେ ଜିଲ୍ଲାସ୍ତରକୁ ୫ଟି ପ୍ରକଳ୍ପକୁ ମନୋନୀତ କରିଥିଲେ। 



ଉଦଯାପନୀ ଉତ୍ସବରେ ବିଇଓ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ମନ୍ତ୍ରୀଙ୍କ ପ୍ରତିନିଧି ସୁମନ୍ତ ରାଉତ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ସହଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ନାୟକ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥ୍ ଭାବରେ ବିଆରସିସି ଉଦକର ସାମଲ,  ସିଆର୍‌ସିସି ଲକ୍ଷ୍ମୀପ୍ରିୟା ମଥାନ ଯୋଗ ଦେଇଥିଲେ। ଚଣ୍ଡିଆଗଡି ହାଇସ୍କୁଲର ଶିକ୍ଷକ ସମୀର ନାୟକ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ସଫଳ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ବିଜ୍ଞାନମେଳାର ଉତ୍କୃଷ୍ଟ ପରିଚାଳନା ପାଇଁ  ସାମନ୍ତସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଶ୍ରେୟ ଦିଆଯାଇ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ମନମୁଗ୍ଧକର ହୋଇଥିଲା l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...