AFFILIATE MARKETING

https://binomo.com?a=90810425bb57&t=0

Tuesday, December 5, 2023

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

COASTAL NEWS ODIA 1559

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ  ଗୁଳିକରି ହତ୍ୟା  



ଜୟପୁର - (CNO) ରାଜସ୍ଥାନର ରାଜଧାନୀ ଜୟପୁରରେ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନେତା ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ଅଧ୍ୟକ୍ଷ କରାଯାଇଛି। ସୁଖଦେବ ସିଂ ଗୋଗାମେଡି ରାଜପୁତ କର୍ନି ସେନାର ରାଜ୍ୟ ସଭାପତି ଥିଲେ। 

ଖବରରୁ ପ୍ରକାଶ ଯେ କିଛି ଅଜଣା ବ୍ୟକ୍ତି ଶ୍ୟାମନଗର ଅଞ୍ଚଳରେ ଥିବା ତଙ୍କ ବାସଭବନରେ ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ମାଡରେ ସୁଖଦେବ ସିଂ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜୟପୁରର ମାନସରୋବର ମେଟ୍ରୋ ମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। 

ରାଜସ୍ଥାନ ଜୟପୁର ପୋଲିସର ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ 1.30 ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ସୁଖଦେବ ସିଂ ଗୋଗାମାଡିଙ୍କ ଶ୍ୟାମନଗର ସ୍ଥିତ ଘରେ ପଶି ଗୁ଼ଳି ଚଳାଇଥିଲେ । ଚାରିଟି ଗୁଳି ବାଜିବା ଦ୍ଵାରା ସୁଖଦେବ ସିଂ ଗୋଗାମେଡି ଆହତ ହୋଇ ତଳେ ପଡିଯାଇଥିଲେ । ତେବେ ଗୁଳି କେଉଁଠାରେ ବାଜିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ମେଡିକାଲ୍ ରିପୋର୍ଟ୍ ପ୍ରକାଶ ହେଲେ ତାହା ଜଣାପଡିବ l 

କେଉଁ କାରଣରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଛି ତାହାର ତଦନ୍ତ ରେ ପୋଲିସ ତତ୍ପର ତଥାପି କରଣୀ ସେନାର ହଜାର ହଜାର ସମର୍ଥକ ଆନ୍ଦୋଳନକାରୀ ତାଙ୍କ ନେତାଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ସଡକ ଜାମ୍ କରିଦେଇଛନ୍ତି ଓ ଶବ ସତ୍କାର କରିବାକୁ ବିରୋଧ କରିଛନ୍ତି l 
ଯେ ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ନହୋଇଛି ସେ ପର୍ଯ୍ୟନ୍ତ ଶବ ନେବୁନାହିଁ ବୋଲି କରଣୀ ସେନା କର୍ମୀ ଅଡି ବସିଛନ୍ତି । ବହୁ ବଡ ବଡ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଉପସ୍ଥିତ ଅଛନ୍ତି l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...