AFFILIATE MARKETING

https://binomo.com?a=90810425bb57&t=0

Thursday, December 14, 2023

ଚିନାବାଦାମ ଚାଷରୁ ମୁହଁ ମୋଡିଲେଣି ଚାଷୀ

COASTAL NEWS ODIA 1582

ଚିନାବାଦାମ ଚାଷରୁ ମୁହଁ ମୋଡିଲେଣି ଚାଷୀ




ଆଳି - (CNO ) ବନ୍ୟା ଓ ବାତ୍ୟା ପ୍ରପୀଡିତ ଆଳି ରେ ପ୍ରତିବର୍ଷ ଧାନ ଫସଲ ଅମଳ କରିବାରେ ଚାଷି ବହୁ କ୍ଷତିଗ୍ରସ୍ତ ହେଉଥିବାରୁ ତୈଳବୀଜ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କରିବା ଦିଗରେ ଆଳି ର ଚାଷୀମାନେ ପ୍ରମୂଖ ସ୍ଥାନ ଅଧିକାର କରିଥିଲେ l ବାଦାମ, ସୂର୍ଯ୍ୟମୁଖୀ, ଶୋରିଷ, ଖସା, ବିରି, ମୁଗ, ହରଡ ପ୍ରଭୁତି ଅତ୍ୟାବଶ୍ୟକ ତୈଳବିଜ ଓ ଡାଲି ଫସଲ ଉତ୍ପାଦନରେ ଆଳି ବ୍ଲକର ଚାଷୀମାନଙ୍କର ପ୍ରମୂଖ ଯୋଗଦାନ ରହି ଆସିଥିଲା । କିନ୍ତୁ ଏବେ ଆବଶ୍ୟକ ତୁଳନାରେ ବିହନ ଅଭାବ ସାଙ୍ଗକୁ ବିଭାଗୀୟ ପ୍ରୋତ୍ସାହନ ଅଭାବରୁ ବିଶେଷକରି ଅଧିକ ଆର୍ଥିକ ଲାଭ ଦେଉଥିବା ବାଦାମ ଚାଷ ଏହି ଅଞ୍ଚଳରେ ବୁଡ଼ିବାକୁ ବସିଲାଣି I ଖୋଦ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ସମସ୍ତଙ୍କୁ ତାଜୁବ କରିଛି ଶୋରିଷ ଓ ଖସା ଚାଷ କଥା ଛାଡ । ଏଥରୁ ଚାଷୀ କେବେଠୁଁ ମୁହଁ ଫେରାଇଲେଣି। 

ଆଳି ବ୍ଲକର ମାଣିକପାଟଣା, ପତ୍ରପୁର, ବାଳକାଟି ଓ ଦେମାଳ ପ୍ରଭୃତି ପଞ୍ଚାୟତର ୩ ହଜାର ହେକ୍ଟର ଚାଷ ଜମିରେ ଚିନାବାଦାମ ଚାଷ କରାଯିବା ନିମନ୍ତେ ବ୍ଲକ କୃଷି କାର୍ଯ୍ୟାଳୟ ପ୍ରତି ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ। ସେହି ଅନୁୟୀୟୀ ସରକାର ଆଳିକୁ ୫୦୦ କ୍ଵିଣ୍ଟାଲ ଚିନାବାଦାମ ବିହନ ଯୋଗାଇ ଦେଇଥାନ୍ତି।ଏପରିକି ଅନ୍ୟ ତୈଳବୀଜ ଫସଲ ଅମଳ ପାଇଁ ସରକାର ଓଡ଼ିଶା ସିଡ୍ କର୍ପୋରେସନ ମାଧ୍ୟମରେ କୃଷି ବିଭାଗକୁ ବିହନ ଯୋଗାଇ ଦେଉଥିଲେ। ତେବେ ୨୦୧୫/୨୦୧୬ରେ ନିମ୍ନମାନର ବିହନ ଯୋଗାଣ ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହେବା ଅଭିଯୋଗ ହୋଇଥିଲା। 



ଘଟଣାରୁ ପ୍ରକାଶ ଯେ  ସିଡ୍ କର୍ପୋରେସନରୁ ଟଙ୍କା ଦେଇ ଉନ୍ନତ ମାନର ଧାନ ବିହନ କିଣି ସମବାୟ ସମିତିଗୁଡ଼ିକ ବହୁ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏପରି ଅଭାବନୀୟ ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଅନ୍ୟପକ୍ଷରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀ ସରକାରୀ ଧାନ ବିହନ କିଣିବାକୁ ସାହସ ଯୁଟାଇ ପାରିଲେ ନାହିଁ । ପାଗ ଅନୁକୂଳ ବେଳକୁ ବିହନର ଦେଖା ଦର୍ଶନ ନ ଥାଏ ବୋଲି ଚାଷୀ ଅଭିଯୋଗ କରିଛନ୍ତି । 

କୃଷି ବିଭାଗର ଅବହେଳାକୁ ସେମାନେ ଦାୟୀ କରି ଚାଷରୁ ପ୍ରାୟତଃ ମୂହଁ ଫେରାଇଲେଣି ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି । ଲଗାତାର ପାଣିପାଗରେ ଅସାମାନତା ଦେଖା ଦେବାରୁ ଆଳି ବ୍ଲକର ନଦୀକୂଳିଆ ଚାଷଜମିରେ ବେଣା ମାଡ଼ିଗଲାଣି। ସହଜେ ବାଲିପୂର୍ଣ୍ଣ ଅଞ୍ଚଳ ଭାବେ ଆଳି ଅଞ୍ଚଳରେ ତୈଳବୀଜ ଫସଲ ସାଙ୍ଗକୁ ପନିପରିବା ଓ ଧାନଚାଷର ବହୁ ସୁଯୋଗ ରହି ଆସିଥିଲେ ବି ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ଚାଷୀ ତୈଳବୀଜ ଫସଲ ଚାଷ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । କୃଷି ଓ କୃଷକର ଉନ୍ନତି କଳ୍ପେ ଯୋଜନା ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଲେ ଆଜିର ଚାଷ କ୍ଷେତ ପୁଣି ହସି ଉଠିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ସରକାର କୃଷି କାର୍ଯ୍ୟାଳୟକୁ ଉତ୍କୃଷ୍ଟ ବିହନ ଯୋଗାଇଦେବା ସହ ବ୍ଲକରେ ଥିବା କୃଷି ସେବା ସମବାୟ ସମିତି ମାଧ୍ୟମରେ ଏଠାକାର ହଜାରହଜାର ଚାଷୀଙ୍କୁ ବିହନ ବିକ୍ରି କରିବାକୁ ନିଷ୍ପତି ଗ୍ରହଣ କରିଥିଲେ। ହେଲେ ସେତେବେଳକୁ ଚାଷ ପାଇଁ ବହୁ ବିଳମ୍ବ ହୋଇ ଯାଇଥିବାରୁ ଚାଷୀ ସରକାରୀ ବିହନରୁ ମୁହଁ ଫେରାଇ ଅତ୍ୟଧିକ ମୂଲ୍ୟରେ ବାହାରୁ ବିହନ କିଣି କାଁଭାଁ ଚାଷ କରିଥିଲେ। 

ଇତିମଧ୍ୟରେ ଦୀର୍ଘ ସମୟ ଅତିବାହିତ ହୋଇଯାଇଥିବା ବେଳେ ସରକାର ଆଳି ବ୍ଲକକୁ ଚିନାବାଦାମ ବିହନ ସହ ଅନ୍ୟ ତୈଳବୀଜ ବିହନ ଯୋଗାଣ ବନ୍ଦ କରି ଦେଇଥିବା କୃଷି ବିଭାଗ ଅଧିକାରୀ କହିଛନ୍ତି । କୃଷି ସେବା ସମବାୟ ସମିତି ଏ ଦିଗରେ ଆଦୌ ଦୃଷ୍ଟି ଦେଉ ନାହାନ୍ତି। କେବଳ କାଗଜ କଲମରେ ରୁଣ ପ୍ରଦାନ କରିବା ଓ ରୁଣ ଆଦାୟ କରିବାରେ ସୀମିତ ରହିଛି ସମବାୟସଂସ୍ଥା ର କାମ l ଚାଷୀ ର ସମସ୍ୟା ଓ ଏହାର ସମାଧାନ ଦିଗରେ ପ୍ରାଶାସନିକ ଇଚ୍ଛାଶକ୍ତିର ଅଭାବ ଚାଷୀକୂଳର ସର୍ବନାଶ ର କାରଣ ହେବ l


No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...