AFFILIATE MARKETING

https://binomo.com?a=90810425bb57&t=0

Tuesday, December 19, 2023

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ବାଦଲ ଏକାଡେମୀ ର କ୍ୱାର୍ଟର ଫାଇନାଲ ରେ ପ୍ରବେଶ

COASTAL NEWS ODIA 1590

ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ବାଦଲ ଏକାଡେମୀ ର କ୍ୱାର୍ଟର ଫାଇନାଲ ରେ ପ୍ରବେ



ଆଳି - (CNO) ଆଳି ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ 17 ତମ ରାଜ୍ୟ ସ୍ଥରୀୟ ଶରତ କୁମାର ଦେବ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସରେ ରାଜକନିକା ଏଥଲେଟିକ ଆସୋସିଏସନ କୁ 3-0 ରେ ହରାଇ ବାଦଲ ଏକାଡେମୀ କ୍ୱାର୍ଟର ଫାଇନାଲ ରେ ପ୍ରବେଶ କରିଛି .  ଉକ୍ତ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ଭାବରେ ବାଦଲ ଏକାଡେମୀ ର 9 ନମ୍ବର ଜର୍ସି  ପିନ୍ଧିଥିବା ମୁନା ସିଂ  କୁ ପ୍ରଦାନ କରାଯାଇଥିଲା . 

ଅଥିତି ଭାବରେ ଶ୍ରୀଯୁକ୍ତ ପ୍ରତାପ ବେହେରା ଜିଲ୍ଲା ପରିଷଦ ସଭ୍ୟ ଓ ଶ୍ରୀଯୁକ୍ତ ଚିରଞ୍ଜୀବ ଦାସ ସମାଜସେବୀ  ଙ୍କ ସହିତ  ଏଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ସେନାପତି ଉପସ୍ଥିତ ଥିଲେ . ରେଫ୍ରି ଭାବରେ ସୁଦିପ ଦାସ, ବରୁଣ ପ୍ରଧାନ, ପ୍ରତାପ ବାହିନୀପତି, ଜିତେନ୍ଦ୍ର ସ୍ୱାଇଁ, ଶରତ ଜେନା, ଭାଷ୍ୟକାର  ଭାବେ ଶିବପ୍ରସାଦ ମଲ୍ଲିକ ଉପସ୍ଥିତ ରହି ଖେଳ ର ସମ୍ପୂର୍ଣ ଧାରା ବିବରଣୀ କରିଥିଲେ . 

ଆସନ୍ତା କାଲି ର ମ୍ୟାଚ ବାରିପଦା ସ୍ପୋର୍ଟ୍ସ ହଷ୍ଟେଲ ବନାମ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ . ଅନ୍ୟ ମାନଙ୍କ ମଧ୍ୟରେ ଏଥଲେଟିକ ଆସୋସିଏସନ ର ସଦସ୍ୟ ସୁବ୍ରତ ଦାସ, କୃଷ୍ଣ ଚନ୍ଦ୍ର ପରିଡା , ନିର୍ମଳ ବେହେରା, ମନୋଜ ମହାନ୍ତି, ଗଣେଶ୍ୱର ସାମଲ , ଶରତ ଦାସ, ଅରୁଣ ଖଣ୍ଡୁଆଳ, ସଦାନନ୍ଦ ସିଂ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ଖେଳଟିକୁ ପରିଚାଳନା କରିଥିଲେ .

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...