AFFILIATE MARKETING

https://binomo.com?a=90810425bb57&t=0

Wednesday, December 13, 2023

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ

COASTAL NEWS ODIA 1580

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ



କଟକ - (CNO) ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ଫେବୃଆରୀ 20 ରୁ ଆରମ୍ଭ ହେବ ପରୀକ୍ଷା । ଏହା ମାର୍ଚ୍ଚ 4 ପର୍ଯ୍ୟନ୍ତ ଚାଲିବ । ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 2991 କେନ୍ଦ୍ରରେ ପରୀକ୍ଷା ଦେବେ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ । 

ପରୀକ୍ଷା ପରେ ମାର୍ଚ୍ଚ 15 ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ମୋଟ୍ 313 ଟି ନୋଡାଲ ସେଣ୍ଟର ହୋଇଛି ।

ମାଟ୍ରିକ ପରୀକ୍ଷା ସୂଚୀ 
କେଉଁ ତାରିଖରେ କେଉଁ ବିଷୟ
ଫେବୃଆରୀ - 20 - ଓଡ଼ିଆ
ଫେବୃଆରୀ - 23- ଇଂରାଜୀ
ଫେବୃଆରୀ - 26-
ଫେବୃଆରୀ - 28 - ହିନ୍ଦୀ/ସଂସ୍କୃତ
ମାର୍ଚ୍ଚ - 2 - ବିଜ୍ଞାନ
ମାର୍ଚ୍ଚ -4 - ସାମାଜିକ ବିଜ୍ଞାନ

ଚଳିତବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପ୍ରତି ବିଷୟରେ 100 ନମ୍ବର ବିଶିଷ୍ଟ ହେବ । ଏଥିରେ 50 ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ଓ 50 ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ । ଛାତ୍ରଛାତ୍ରୀଙ୍କୁ ଏହି 100 ନମ୍ବରରୁ 80 ପ୍ରତିଶତ ୱେଟେଜ୍ ଓ ସ୍କୁଲ୍‌ ଦ୍ବାରା ପରିଚାଳିତ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟରୁ 20 ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...