AFFILIATE MARKETING

https://binomo.com?a=90810425bb57&t=0

Monday, December 25, 2023

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ

COASTAL NEWS ODIA 1609

କୋବି ପାଇଁ ମା’କୁ ମାଡ ଘଟଣା, ଗିରଫ ହେଲା ନିଷ୍ଠୁର ପୁଅ 



କେନ୍ଦୁଝର - (CNO) କୋବି ଚୋରି ଅଭିଯୋଗରେ  ମା'କୁ ଖୁଣ୍ଟିରେ ବାନ୍ଧି ବାଡେଇବା ଘଟଣା । ଆଜି ନୁଷ୍ଠୁର ପୁଅକୁ ଗିରଫ କରି କୋର୍ଟରେ ହାଜର କରିଛି ପୋଲିସ । ତେବେ ଏହି ଖବରଟି ଫଟୋ ସହ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ଖବର ଅନୁଯାୟୀ  କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରସପାରି ଗାଁର ଶତ୍ରୁଘ୍ନ ମହନ୍ତ ନିଜ ମା'ସୁଭଦ୍ରା ମହନ୍ତଙ୍କୁ କୋବି ଚୋରି ଅଭିଯୋଗରେ ପ୍ରଥମେ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଘର ବାହାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ବର୍ତ୍ତମାନ ସୁଭଦ୍ରା ମହନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।  

ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିବା ବୃଦ୍ଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ତରଫରୁ ଆକ୍ସନ ନେଇଥିଲା ଏବଂ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲା । ସୁଭଦ୍ରାଙ୍କ ବଡ଼ ପୁଅ କରୁଣାଙ୍କ ଏକ ଅଜଣା ରୋଗରେ ମୃତ୍ୟୁ ହେବା ପରେ ସେ ସାନ ପୁଅ ସହ ରହୁଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...