AFFILIATE MARKETING

https://binomo.com?a=90810425bb57&t=0

Wednesday, December 13, 2023

ଲୁଟି ନେଇଗଲେ କୋଟିଏ ଟଙ୍କାର ସମ୍ପତ୍ତି

COASTAL NEWS ODIA 1578

ଲୁଟି ନେଇଗଲେ କୋଟିଏ ଟଙ୍କାର ସମ୍ପତ୍ତି



ଭୁବନେଶ୍ବର - (CNO) ରାଜଧାନୀ ଭୁବନେଶ୍ଵର ରେ ଆପାର୍ଟମେଣ୍ଟକୁ ନଜରରେ ରଖିଛନ୍ତି ଲୁଟେରା । ସୁଯୋଗ ଦେଖୁ କଳା କନା ବୁଲାଉଛନ୍ତି । ଗାଡ଼କଣ ସ୍ଥିତ କେଶ ଟାଉନ୍ ଆପାର୍ଟମେଣ୍ଟରେ ସୋମବାର ରାତିରେ ଦୁର୍ବୃତ୍ତମାନେ ଏକାଧିକ ଘରୁ ଚୋରି କରିଛନ୍ତି । ଗୋଟିଏ ଘଣ୍ଟାରେ କୋଟିଏ ଟଙ୍କାର ସମ୍ପରି ନେଇ ଛୁ ମାରିଛନ୍ତି । ୪ଟି ଘରର ତାଲା ଭାଙ୍ଗି ନଗଦ ଟଙ୍କା, ସୁନା ଗହଣା ଓ ସିସିଟିଭି ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରିକରି ନେଇଯାଇଛନ୍ତି । ଅଭିଯୋଗ ପାଇବା ପରେ ମଞ୍ଚେଶ୍ଵର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରୁଛି । 

ସମ୍ପୃକ୍ତ ଚୋର ଦଳ ସମ୍ପର୍କରେ ପୁଲିସ ଟେର୍‌ ପାଇ ପାରୁନାହିଁ ସେମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଖବର ଅନୁସାରେ, ଆପାର୍ଟମେଣ୍ଟର ଦେବାଶିଷ ନାୟକ ଓ ସରୋଜ ସାହୁଙ୍କ ସମେତ ୪ଜଣଙ୍କ ଘର ତାଲା ଭାଙ୍ଗି ଚୋର ଦଳ ଘରକୁ ପଶିଥିଲେ। ଘରେ ଥିବା ଆଲମିରା ତାଡ଼ି ସୁନା ଅଳଙ୍କାର ଓ ଟଙ୍କା ନେଇ ପଳାଇଥିଲେ। ଲୁଟ ସମ୍ପତ୍ତିର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଆପର୍ଟମେଣ୍ଟରେ ୨/୩ ବର୍ଷ ତଳୁ ଲୋକେ ରହିଆସୁଛନ୍ତି। କେବେବି ଏଠାରୁ ଏଭଳି ଚୋରି ହୋଇନଥିଲା। ଆପାର୍ଟମେଣ୍ଟରେ ଜଣେ ସୁରକ୍ଷାକର୍ମୀ ରହୁଥିବା ବେଳେ ଏଠାରୁ ଚୋରି ହେବା ଚିନ୍ତାର କାରଣ ହୋଇଛି । ୫ଟି ଫ୍ଲାଟ୍‌ରୁ ସମାନ ଢଙ୍ଗରେ ଚୋରି ହୋଇଛି। ରବିବାର ରେଳବାଇ କଲୋନୀରୁ ସମାନ ଢଙ୍ଗରେ ଚୋରି ହୋଇଥିଲା। 

ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ତାଲା ଭାଙ୍ଗି କଳାକନା ବୁଲାଉଛନ୍ତି। ସୁରକ୍ଷାକର୍ମୀ ଜଗିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରୁନଥିବା ଜଣାପଡ଼ିଛି। ନିର୍ଦିଷ୍ଟ ଏକ ଚୋର ଦଳ ରାଜଧାନୀରେ ଏଭଳି କରୁଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଗୋଟିକ ପରେ ଗୋଟିଏ ଲୁଟ୍ କରି ଏହି ଚୋର ଦଳ ପୁଲିସ ଆଖୁରୁ ନିଦ ହଜାଇ ଦେଇଛନ୍ତି। ସେମାନେ ବାହାର ରାଜ୍ୟର ଚୋର ଦଳ ବୋଲି ପୁଲିସ ସନ୍ଦେହ କରୁଛି । ସେମାନଙ୍କୁ ଧରିବା ଲାଗି ସ୍ପେଶାଲ ସ୍ଟାଡ୍ ତଦନ୍ତ ଚଳାଇଛି । ରାଜଧାନୀରେ ଅନ୍ୟ ଦେଶ ଓ ରାଜ୍ୟର ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଅପରାଧ ବୃଦ୍ଧି ପାଇଥିବା କଥା ଆଲୋଚନାର ବିଷୟବସ୍ତୁ ହୋଇଛି l

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...