AFFILIATE MARKETING

https://binomo.com?a=90810425bb57&t=0

Monday, December 4, 2023

ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ

COASTAL NEWS ODIA 1554

 ଦୁମୁକାହାଟରେ ଅଗ୍ନିକାଣ୍ଡ, ଦୁଇ ପରିବାର ସର୍ବସ୍ବାନ୍ତ



ଡେରାବିଶ,୩୧୨(ନିପ୍ର): ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଦୁମୁକାହାଟ (ରଥ ପଡ଼ିଆ) ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୬ବଖରା ଛପର ଘର ଭସ୍ମୀଭୂତ ହୋଇଯାଇଛି। ଘଟଣାରୁ ପ୍ରକାଶ; ମଧ୍ୟାହ୍ନରେ ପ୍ରଥମେ ଗ୍ରାମର ଗୋବିନ୍ଦ ରାଉତଙ୍କ ଛପରଘରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ କ୍ଷୀପ୍ର ଥିଲା ଯେ ଚାହୁଁ ଚାହୁଁ ନିକଟସ୍ଥ ମୃତ୍ୟୁଞ୍ଜୟ ରାଉତଙ୍କ
ଘର ମଧ୍ୟ ଜଳିଯାଇଥିଲା। ଡେରାବିଶ ଅଗ୍ନିଶମ ଗାଡି ପହଞ୍ଚିବା ବେଳକୁ ଗୋବିନ୍ଦଙ୍କ ୪ବଖରା ଖଞ୍ଜା ଘର ଓ ତାଙ୍କ ପଡୋଶୀ ମୃତ୍ୟୁଞ୍ଜୟଙ୍କ ୨ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘରୁ କୌଣସି ଆସବାବପତ୍ର ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ଘରେ ଥିବା ଆସବାବପତ୍ର, ଧାନ, ଚାଉଳ ଓ ନଗଦ ଟଙ୍କା ସମେତ ଅଳଙ୍କାର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ଅପର ନାହିଁ । ଗୋଲରାହାଟ ରାଜସ୍ବ ନିରୀକ୍ଷକ ପହଞ୍ଚି ଉଭୟ ପରିବାରର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଛନ୍ତି । ତେବେ ଏହି ଭୟାବହ ଅଗ୍ନୀକାଣ୍ଡ ଯୋଗୁଁ ଗୋବିନ୍ଦ ଓ ମୃତ୍ୟୁଞ୍ଜୟଙ୍କ ପରିବାର ସର୍ବହରା ହୋଇପଡ଼ିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...