AFFILIATE MARKETING

https://binomo.com?a=90810425bb57&t=0

Wednesday, December 27, 2023

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ

COASTAL NEWS ODIA 1612

ଧୂଆଁରେ ଅଣନିଶ୍ଵାସୀ ହୋଇ ୫ ଗୋରୁ ମୃତ


ଆଳି - (CNO )  ଗୁ ହାଳରେ ଦିଆଯାଇଥିବା ଧୂଆଁରେ ଅଣନିଶ୍ଵାସୀ ହୋଇ ୫ଟି ଗୋରୁ ଙ୍କର ମୃତ୍ୟୁ
ଘଟିଛି। ଏହାକୁ ନେଇ ସ୍ଥାନୀୟ
ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,
ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର
ପଞ୍ଚାୟତ ଗୋପାଳପୁର ଗ୍ରାମର ସନ୍ନ୍ୟାସୀ
ପଣ୍ଡା ସୋମବାର ସନ୍ଧ୍ୟାରେ ସବୁଦିନ ପରି
ତାଙ୍କ ଗାଈ ବାଛୁରୀଙ୍କୁ ଗୁହାଳରେ ବାନ୍ଧି
ମଶା ନଲାଗିବା ନିମନ୍ତେ ଧୂଆଁ ଦେଇଥିଲେ।
ରାତି ପ୍ରାୟ ୩ଟା ବେଳେ ସବୁଦିନ ଭଳି
ସେ ଆସି ଗୁହାଳ କବାଟ ଖୋଲିଥିଲେ।
ସେତେବେଳକୁ ଘଷିଗଦାରେ ନିଆଁ ଲାଗି
ଗୁହାଳଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିବା
ବେଳେ ଏଥରେ ଅଣନିଶ୍ଵାସୀ ହୋଇ
ଗୁହାଳରେ ଥିବା ୪ଟି ଗାଈଙ୍କର ମୃତ୍ୟୁ
ଘଟିଥିବା ବେଳେ ଛୋଟ ବାଛୁରୀଟି ଛଟପଟ
ହେଉଥିବା ଦେଖିଥିଲେ। ବାଛୁରୀକୁ
ବାହାରକୁ ନେଇ ଆସିବାର କିଛି ସମୟ
ପରେ ତା’ର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା।
ଗ୍ରାମବାସୀ ନିଆଁ ଲିଭାଇଥିବା ବେଳେ
ଦମକଳ ମଧ୍ୟ ଆସି ପହଞ୍ଚିଲା । ଏଭଳି
ଦୁଃଖଦ ଖବର ପ୍ରଚାରିତ ହେବା ପରେ
ଗ୍ରାମବାସୀ ଘଟଣା ସ୍ଥଳରେ ରୁଣ୍ଡ ହୋଇ
ଯାଇଥିଲେ। ଖବର ପାଇ ନରେନ୍ଦ୍ରପୁର
ସରପଞ୍ଚଙ୍କ ପ୍ରତିନିଧି ବଂଶୀଧର ସ୍ୱାଇଁ, ଯୁବ
ସମାଜସେବୀ ଅବିନାଶ ଦାସ, ଦେବାଶିଷ
ମଲ୍ଲିକ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ
ସାଙ୍ଗନା ଦେବା ସହିତ ସରକାରୀ ସ୍ତରରୁ
ସନ୍ନ୍ୟାସୀଙ୍କୁ ସହାୟତା ଯୋଗାଇ ଦେବାକୁ
ଦାବି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ
ତହସିଲଦାର ମାନସ ସ୍ବାଇଁ ପହଞ୍ଚି ଘଟଣାର
ତଦନ୍ତ କରିଥିଲେ। ସରକାରୀ ସ୍ତରରେ
ଯାହା ସମ୍ଭବ କ୍ଷତିଗ୍ରସ୍ତ ପରିବାରକୁ ଯୋଗାଇ
ଦିଅଯିବ ବୋଲି ଶ୍ରୀ ୱାଇଁ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସନ୍ନ୍ୟାସୀଙ୍କର ଦୁଇ
ଜଣ ଦିବ୍ୟାଙ୍ଗ ଝିଅ ଥିବା ବେଳେ ସେ
ପୂଜାପାଠ କରିବା ସହିତ ଗାଈ ପାଳନ
କରି ପରିବାର ପ୍ରତିପୋଷଣ କରୁଥିଲେ।

No comments:

COASTAL NEWS

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ

ଉତ୍କଳ ବିପନ୍ନ ସହାୟତା ସମିତି ବାର୍ଷିକ ଉତ୍ସବ ସମାରୋହ  ଲୋକଙ୍କ ମୁଖ୍ୟ ସେବକ ଭାବେ କାମ କରିବାର ପ୍ରେରଣା ମୁଁ ସଂଘରୁ ପାଇଛି – ମୁଖ୍ୟମନ୍ତ୍ରୀ  ଭୁବନେଶ...