AFFILIATE MARKETING

https://binomo.com?a=90810425bb57&t=0

Friday, December 29, 2023

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

COASTAL NEWS ODIA 1619

ପାରିନୁଆପାଡ଼ା ରୁ ଆଳି କୁ ସଂଯୋଗ କରିବାକୁ ଖରସ୍ରୋତା ନଦୀ ଉପରେ ବଳିତର ସେତୁର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ



ଆଳି - (CNO) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପାରିନୁଆପାଡ଼ା ହାବଳଗଣ୍ଡ, ଦଶିପୁରୁ, ଦେଉଳତରା ଗ୍ରାମ ପଞ୍ଚାୟତର ଆଠ ପଟଣା ବାସୀଙ୍କ ଦୀର୍ଘ ବର୍ଷର ଦାବି ପୁରଣ ହେଲା । ପାରିନୂଆପଡ଼ା ହାବଳ ଗଣ୍ଡ ପଞ୍ଚାୟତ ରୁ ଆଳି କୁ ସଂଯୋଗ କରି ଖରସ୍ରୋତା ନଦୀ ଉପରେ ଶହେ ଚଉଦ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବଳିତର ସେତୁର ଶିଳାନ୍ୟାସ କରିଛନ୍ତି ପୂର୍ତ୍ତ , ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । 

ପାରିନୁଆପାଡା ଖେଳ ପଡିଆରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ରାଜକନିକା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ପାରିନୁଆପଡା ହାବଳ ଗଣ୍ଡ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ରାଉତ, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ବେହେରା, ପ୍ରବୀଣା ଦାସ, ଅମିତା ସାହୁ ଯୋଗ ଦେଇଥିଲେ । 



ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଏହି ଖରସ୍ରୋତା ନଦୀ ଉପରେ ବଳିତର ସେତୁର ବ୍ୟୟ ଅଟକଳ ମୂଲ୍ୟ ଶହେ ୧୪କୋଟି ୭୫ ଲକ୍ଷ ଟଙ୍କା ଥିବା ବେଳେ ଏହାର ଲମ୍ବ ୧୨୯୬ ମିଟର ରହିଛି ଓ ଏହି ପୋଲର କାମ ତିରିଶ ମାସ ମଧ୍ୟରେ ଶେଷ କରାଯିବ । ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ସ୍ଵର୍ଗତ ରାଜା ସାହେବ ଶରତ ଦେବ ୧୯୭୪ମସିହା ନିର୍ବାଚନ ଜିତିବା ପରେ ପ୍ରତିଶୃତି ଦେଇ ଥିଲେ ଯେ ଏହି ଖରସ୍ରୋତା ନଦୀର ବଳିତର ଘାଟ ରେ ସେତୁ ନିମାଣ କରାଯିବ । ଏହା ଦ୍ଵାରା ଆଠ ପଟଣା ବସିଙ୍କ ଦୁଃଖ ଦୂର ହେବ ଓ ଏହି ରାସ୍ତା ଆରଡ଼ି ଯିବା ଆସିବାକୁ ସୁବିଧା ହେବ ତଥା ଆଠପାଟଣା ବାସୀଙ୍କ ଜିଲ୍ଲା ହେଡ୍ କ୍ୱାଟର ସହିତ ଯୋଗାଯୋଗ ସହଜ ହେବ ଓ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସହଜସାଧ୍ୟ ହେବ । 

ଦିର୍ଘ ପଚାଶ ବର୍ଷ ପରେ ସ୍ଵର୍ଗତ ଶରତ ଦେବଙ୍କ ସ୍ଵପ୍ନ କୁ ସାକାର କରି ତାଙ୍କ ସୁଯୋଗ୍ୟ ପୁତ୍ର ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ପିତାଙ୍କ ପ୍ରତିଶୃତି ପୂରଣ କରିବାକୁ ବଦ୍ଧପରିକର ବୋଲି ପ୍ରକାଶ କରିଛନ୍ତି । ଆମ ସରକାର ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କରେ । ସାଂସଦଙ୍କ ପ୍ରତିନିଟ୍ ପବିତ୍ର ରାଉତ, ପ୍ରଦୀପ ରାଉତ, ସତ୍ୟକାନ୍ତ ରାଉତ, ଅନିଲ ପ୍ରଧାନ, ସତ୍ୟବ୍ରତ ଦାସ, ବିମଳ କାନ୍ତ ବିଶ୍ୱାଳ, ବିକ୍ରମ ନନ୍ଦ ବେହେରା, ଶଶିକାନ୍ତ ବେହୁରିଆ, ଆଲୋକ ପରିଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସଭାରେ ଯୋଗଦେଇଥିବା ଦେଖାଯାଇଥିଲା l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...