AFFILIATE MARKETING

https://binomo.com?a=90810425bb57&t=0

Saturday, December 16, 2023

କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଓଡିଶାରୁ ଗିରଫ୍

COASTAL NEWS ODIA 1586

କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଓଡିଶାରୁ ଗିରଫ୍

 

ଭୁବନେଶ୍ୱର - (CNO) ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ l ବଙ୍ଗଳାଦେଶର ଅନୁପ୍ରବେଶକାରୀ ମାନେ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ତତ୍ପରତା ଶୂନ୍ୟ l ଭୋଟ ରାଜନୀତିର ଗୋଲକ ଧନ୍ଦାରେ ପେଶୀ ହୋଇଯାଇଛି ଉପକୂଳବର୍ତ୍ତୀ ଅଞ୍ଚଳରେ ମୂଳ ଓଡ଼ିଶାବାସୀଙ୍କ ମୌଳିକ ସୁବିଧା ସୁଯୋଗ l Protected ବି ଲୋକଙ୍କ ଧନଜୀବନ ଆଶଙ୍କାରେ l ଏବେ ଧରାପଡିଛି ଓଡ଼ିଶାରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ । 

କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଓଡ଼ିଶାରୁ ଗିରଫ କଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ଏହାସହ ତା ପାଖରୁ ବହୁ ବିଦେଶୀ ନକଲି କାଗଜ ପତ୍ର ମଧ୍ୟ ଜଗତ କରାଯାଇଛି । ଯାଜପୁର ଜିଲ୍ଲା ନେଉଳପୁରରୁ କାଶ୍ମୀର ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ଦିନ ହେବ ନିଜ କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଆସୁଥିଲା । 

ସେ କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ସେନା ଅଫିସର ଭାବେ ପରିଚୟ ଦେଉଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ତାର ୬ ରୁ ୭ଟି ସ୍ତ୍ରୀ ଥିବା ନେଇ ମଧ୍ୟ ସୂଚନା ରହିଛି ।  କାଶ୍ମୀର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼଼ିଶାରେ ମଧ୍ୟ ସୟଦ ଇସାନ ବୁଖାରୀ ବିବାହ କରିଥିବା କଥା ସ୍ପଷ୍ଟ ହୋଇଛି । 

ସେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ  କାମ କରୁଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଗିରଫ ଆତଙ୍କବାଦୀର କେଉଁ କେଉଁ ଆକ୍ରମଣରେ ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ବର୍ତ୍ତମାନ ପୋଲିସ ତନାଘନା ତଦନ୍ତ ଚଳାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...