AFFILIATE MARKETING

https://binomo.com?a=90810425bb57&t=0

Friday, December 1, 2023

ଛାତ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

COASTAL NEWS ODIA 1531

ଛାତ ଡେଇଁ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ 



ଭୁବନେଶ୍ୱର - (CNO) ଭିଜିଲାନ୍ସ ରେଡ୍ ବେଳେ ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ର ଜାଗମରାରେ ।ଖବର ଅନୁସାରେ, ଜଳଯୋଗାଣ ବିଭାର ଜୁନିଅର ଇଞ୍ଜିନିୟର ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିବାକୁ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମ୍ କୁ ଦେଖି ଛାତ ଡେଇଁ ଚମ୍ପଟ୍ ମାରିଥିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନୀଲ ପାଢୀ ।  ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିଲେ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । 

ଫେରାର୍ ସୁନୀଲ ପାଢ଼ୀ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ତାଙ୍କ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏହି ସମୟରେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଞ୍ଚଟି ସ୍ଥାନରେ ରେଡ୍ କରୁଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପ୍ଲେକ୍ସ , ଭଂଜନଗର ସ୍ଥିତ ସମ୍ପର୍କୀୟ ଘର ତଥା ଭୁବନେଶ୍ୱର ଜାଗମରା ଠାରେ ଥିବା ଘରେ ଚଢଉ ଚାଲିଛି । 

ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ ପାଞ୍ଚଟି ସ୍ଥାନରେଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ 6 ଜଣ ଡିଏସ୍‌ପି, 3 ଜଣ ଇନ୍ସପେକ୍ଟର, 7 ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି । ସୁନୀଲଙ୍କ ଜାଗମରାସ୍ଥିତ ଘରୁ ନଗଦ 4 ଲକ୍ଷ ଟଙ୍କା ସମେତ ବହୁ ଦସ୍ତାବିଜ ଜବତ ହୋଇଛି । ତେବେ ଏଯାବତ 5 ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ବେଳେ କେତେ ପରିମାଣର ସମ୍ପତ୍ତି ଜବତ ହେଲାଣି ସେ ନେଇ ଭିଜିଲାନ୍ସ ଟିମ୍ସ ଠାରୁ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...