AFFILIATE MARKETING

https://binomo.com?a=90810425bb57&t=0

Thursday, December 21, 2023

ଜଳିଗଲା ଧାନ ଅମଳ କରୁଥିବା ହାର୍ଭେଷ୍ଟର

COASTAL NEWS ODIA 1597

ଜଳିଗଲା ଧାନ ଅମଳ କରୁଥିବା ହାର୍ଭେଷ୍ଟର



ଆଳି - (CNO) କେନ୍ଦ୍ରପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମରେ ଘଟିଛି ଏଜ ଅଭାବନୀୟ ଦୁର୍ଘଟଣା l ଗୋଟିଏ ଧାନ ଅମଳ କରୁଥିବା ଧାନ କାଟି ଅମଳ କରୁଥିବା ବିରଟକାୟ ଧାନକଟା ଜନ୍ତ୍ର l ଘଟଣାରୁ ପ୍ରକାଶ ଯେ ଏବେ ଧାନ ଅମଳ ସମୟ l ବାତ୍ୟା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଆଳି ଅଞ୍ଚଳରେ ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକ ଚାଷ ଉପରୁ ଭରସା ଛାଡି ଦେଉଛନ୍ତି l ତେଣୁ ଗ୍ରାମାଞ୍ଚଳରୁ ଲୋକ ମାନେ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଚାଲିଯାଉଛନ୍ତି l ତେଣୁ ମଜୁରିଆ ସମସ୍ୟା ଉତ୍କଟ l ତେଣୁ କାଁ ଭାଁ ଚାଷ କରିଥିବା ବ୍ୟକ୍ତିମାନେ ଧାନ ଫସଲ ଅମଳ ପାଇଁ ଜନ୍ତ୍ର ଉପରେ ନିର୍ଭର କରୁଛନ୍ତି l

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମହୁ ଗ୍ରାମର ଜଣେ ବ୍ୟକ୍ତି ଗୋଟିଏ ହାର୍ଭେଷ୍ଟର ମେସିନ୍ ଆଣି ଚାଷୀ ମାନଙ୍କ ଜମିରେ ଭଡା ସୂତ୍ରରେ ଧାନ ଅମଳ କରୁଥିଲେ l କିନ୍ତୁ ହଠାତ୍ କୌଣସି କାରଣରୁ ଏହି ଯନ୍ତ୍ରରେ ନିଆଁ ଲାଗିଯାଇଥିଲା l ନିଆଁ ହାର୍ଭେଷ୍ଟର ର ତେଲ ଟାଙ୍କି ସଂସ୍ପର୍ଶରେ ଆସି ଭୟଙ୍କର ଭାବେ ଜଳି ଉଠିଥିଲା l ଡ୍ରାଇଭର୍ କୌଶଳକ୍ରମେ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ l 

ପ୍ରଚଣ୍ଡ ବେଗରେ ଜଳୁଥିବା ନିଆଁକୁ ଦେଖି ପାଖ ଆଖରେ ଥିବା ଲୋକେ ଡକାଡକି ହୋଇ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଧାନ ଅମଳ କରିବାକୁ ଆସିଥିବା ଗାଡି ଟି ସମ୍ପୁର୍ଣ୍ଣ ଭାବରେ ଜଳି ଯାଇଥିଲା l ନିଆଁ ଲିଭା କେନ୍ଦ୍ରକୁ ଖବର ଦିଆଯାଇଥିଲା l ହେଲେ ନିଆଲିଭା ଗାଡି ଆସିବା ବେଳକୁ ଗାଡି ସମ୍ପୁର୍ଣ୍ଣ ଭାବରେ ଜଳି ଯାଇଥିଲା l ଏହି ନିଆଁର ପ୍ରଭାବରେ ପାଖରେ ଥିବା ପାଚିଲା ଧାନ କିଆରୀ ବି କ୍ଷତିଗ୍ରସ୍ତ ହୋଇଛି l

No comments:

COASTAL NEWS

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଓଡ଼ିଶାରେ ରୁଫ୍‌ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ରୁଫ୍‌ଟପ୍ ସୋଲାର କା...