AFFILIATE MARKETING

https://binomo.com?a=90810425bb57&t=0

Saturday, December 2, 2023

ନରେନ୍ଦ୍ରପୁରରେ ଘରେ ନଥିବାବେଳେ ଚୋରି

COASTAL NEWS ODIA 1536

ନରେନ୍ଦ୍ରପୁରରେ ଘରେ ନଥିବାବେଳେ ଚୋରି



ଆଳି,୧୧୨(ଆତ୍ମ): କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଅନିଲ ସ୍ୱାଇଁ ଭୁବନେଶ୍ଵର ରେ ପରିବାର ସହିତ ରୁହନ୍ତି  ଏହାର ସୁଯୋଗ ନେଇ ଡକାୟତମାନେ ତାଙ୍କ ଘରର ମୁଖ୍ୟ ଫାଟକ ତାଲା କାଟି ଭିତରେ ପଶିଥିଲେ । ଏହା ପରେ ସବୁ କୋଠରୀର ତାଲା ତାଡ଼ି ଦେଇଥିଲେ। ସିନ୍ଦୁକ ଓ ଆଲମିରା ତାଲା ଭାଙ୍ଗି ଗୋଟିଏ ସୁନା ଚେନ୍, ରୁଲି, କାନଫୁଲ ଆଦି ମୋଟ ୫୦ ଗ୍ରାମ୍ ଓଜନର ସୁନା ଓ ନଗଦ ୧ ଲକ୍ଷ ଟଙ୍କା, ଦେଢ଼ କ୍ଵିଣ୍ଟାଲ ଓଜନର କଂସା ବାସନ, ଗୋଟିଏ ଏଲ୍‌ଇଡି ଟିଭିକୁ ମିଶାଇ ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପଭି ଲୁଟି ନେଇଛନ୍ତି। 

ଅନିଲଙ୍କ ପରିବାର ଭୁବନେଶ୍ଵରରେ ରହୁଥିବାରୁ ସେମାନଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଚୋରମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଅନିଲ ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...