AFFILIATE MARKETING

https://binomo.com?a=90810425bb57&t=0

Sunday, August 20, 2023

ସ୍କୁଲ୍ ନିର୍ମାଣରେ ଅନିୟମିତତା

 COASTAL NEWS 433

ସ୍କୁଲ୍ ନିର୍ମାଣରେ ଅନିୟମିତତା 



ଫୁଲବାଣୀ :  ରାଜ୍ୟ ସରକାର ୫- ଟି ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ମାନଙ୍କର ରୂପାନ୍ତରଣ କାମ କରୁଛନ୍ତି। ଗୁଣାତ୍ମକ ମାନର ଶିକ୍ଷା ପାଇଁ ଏହି ସ୍ମାର୍ଟ ସ୍କୁଲ ମାନଙ୍କରେ ଅତ୍ୟାଧୁନିକ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍କୁଲର କଳାପଟା ଠାରୁ ଆରମ୍ଭ କରି ସାଇନ୍ସ ଲ୍ୟାବ କମ୍ପ୍ୟୁଟର ଲ୍ୟାବ, ଅତ୍ୟାଧୁନିକ ପାଠାଗାର ସହ  ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟରେ କିଛି ଅସାଧୁ ଠିକାଦାର ଓ ବିଭାଗର କିଛି ଲାଞ୍ଚୁଆ ଯନ୍ତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟର କୋଠା ଗୁଡିକ ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ବେଳେ କେଉଁଠି କାମ ସରିବାର ତିନିମାସ ନପୂରୁଣୁ କୋଠା ଗୁଡିକର ଛାତରୁ ପାଣି ଝରିଲାଣି ତ ଆଉ କେଉଁଠି କୋଠା ଗୁଡିକର କାନ୍ଥ ସାମାନ୍ୟ ବର୍ଷା ହେଲେ ପାଣି ପଶି ଖରାପ ହେବାକୁ ବସିଲାଣି। ଏମିତି ଏକ ୫-ଟି ଅଧୀନରେ ନିର୍ମାଣ କରାଯାଇଥିବା ବା ରୂପାନ୍ତରିତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ ଜାଜେଶପଙ୍ଗା ଗାଁ ରେ। ଫିରିଙ୍ଗିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା  ସ୍ମାର୍ଟ ସ୍କୁଲର ସଫଳ ରୂପାୟନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ବ୍ଲକରେ ଆଠଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ଜାଜେସପାଙ୍ଗା ଠାରେ ଥିବା ଆଦିବାସୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ୍ୟ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିଲା। ଏହି ବିଦ୍ୟାଳୟର ନିର୍ମାଣ କାମ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ କାମଟିକୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ରିବିଳଦା ଗାଁ ର ଚନ୍ଦ୍ରମଣି ରଣା ନାମକ ଜଣେ ଠିକାଦାରଙ୍କ ଦ୍ୱାରା କରାଯାଇଥିଲା। ବର୍ତ୍ତମାନ ବିଦ୍ୟାଳୟର କାର୍ଯ୍ୟ ଶେଷ ହୋଇଥିବା ବେଳେ ଗତ ତନିମାସ ହେବ ବିଦ୍ୟାଳୟର ଉଦଘାଟନ ମଧ୍ୟ୍ୟ ହୋଇସାରିଛି। କିନ୍ତୁ କାମ ସାରିବାର ଚାରି ମାସ ନପୂରୁଣୁ ବିଦ୍ୟାଳୟ ଛାତରେ ପାଣି ଜମି ରହିବା ସହ ବିଦ୍ୟାଳୟର କାନ୍ଥ ଗୁଡିକରୁ ପାଣି ବାହାରୁଛି। ଏହାସହ ଛାତ କାମଟି ଏତେ ନିମ୍ନ ମାନର ହୋଇଛି ଯେ ଛାତରେ ହାତ ମାରିଦେଲେ ସିମେଣ୍ଟ ଗୋଡି ବଦଳରେ କେବଳ ବାଲି ହିଁ ବାହାରୁଛି। ଯାହାପାଇଁ ଏହି ବିଦ୍ୟାଳୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ସମୃକ୍ତ ଯନ୍ତ୍ରୀଙ୍କ ଉପସ୍ଥିତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଟି ଅତି ନିମ୍ନ ମାନର ହୋଇଥିବା ଅଭଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ଅଭିଭାବକମାନେ। ଏହି ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ଓ ଯନ୍ତ୍ରୀଙ୍କ ସହ ମିଶି ନିମ୍ନ ମାନର କାର୍ଯ୍ୟ କରିଥିବା ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜାଜେଶପଙ୍ଗା ଗାଁ ର ଜନସାଧାରଣ ଓ ବୁଦ୍ଧିଜିବୀ ମାନେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...