AFFILIATE MARKETING

https://binomo.com?a=90810425bb57&t=0

Monday, August 21, 2023

ଅଫିସରଙ୍କ ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ

 COASTAL NEWS Odia 450

ଅଫିସରଙ୍କ ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ



ଭୁବନେଶ୍ୱର  : ମନଇଚ୍ଛା ଗାଡି ଚଢିବା ଉପରେ ଲାଗିବ ଲଗାମ । ଏଣିକି ସରକାରୀ ଅଧିକାରୀମାନେ ଆଉ ମନଇଚ୍ଛା ଗାଡ଼ି ଚଢ଼ିପାରିବେ ନାହିଁ । କେଉଁ ଅଫିସର କେତେ କିଲୋମିଟର ଗସ୍ତ କରିବେ ସେନେଇ ଧାର୍ଯ୍ୟ କରାଯାଇଛି । ଏଥିସହିତ ଗାଡ଼ିର ମାସିକ ଭଡ଼ା ମଧ୍ୟ ସ୍ଥିର ହୋଇଛି । ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡବାବୁଙ୍କ ପାଇଁ ଭଡାରେ ଅଣାଯିବ ବେସରକାରୀ ଗାଡି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନେ ଗାଡି ଚଢି ମନଇଛା ବିଲ୍ ଦେଉଥିବା କଥା ବାରମ୍ବାର ସାମ୍ନାକୁ ଆସିବା ପରେ ଏଭଳି ପଦକ୍ଷେପ ନେଇଛି ଅର୍ଥ ବିଭାଗ ।

ରାଜ୍ୟରେ କେବଳ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଓ ଜଜମାନଙ୍କ ପାଇଁ ସରକାରୀ ଗାଡ଼ି ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ତରର ଅଧିକାରୀଙ୍କ ପାଇଁ ଭଡ଼ା ଗାଡି ବ୍ୟବହାର କରାଯାଉଛି। ଗାଡ଼ି ବ୍ୟବହାର ପାଇଁ ଭଡ଼ା ଏବଂ ମାଇଲେଜର ପୁନଃ ନିର୍ଦ୍ଧାରଣ କରିଛି ଅର୍ଥ ବିଭାଗ। ମନ୍ତ୍ରୀଙ୍କଠାରୁ ଯନ୍ତ୍ରୀଙ୍କ ଯାଏଁ କିଏ କେଉଁ ଗାଡି ଚଢିବେ , କିଲୋମିଟର ପିଚ୍ଛା କେତେ ଖର୍ଚ୍ଚ ହେବ , କେଉଁ ଗାଡି ଚଢିବେ ତାର ତାଲିକା ପ୍ରକାଶ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସରକାରୀ ଅଧିକାରୀ ଯେଭଳି ଗାଡିର ଅପବ୍ୟବହାର କରିବେ ନାହିଁ ଓ ମନଇଚ୍ଛା ପେଟ୍ରୋଲ ଖର୍ଚ୍ଚ କରିବେ ନାହିଁ ।

ବିଜ୍ଞପ୍ତି ମୁତାବକ, ଜିଲ୍ଲାପାଳ ଓ ଏସପିମାନେ ସ୍କର୍ପିଓ, କ୍ରେଟା, ମହିନ୍ଦ୍ରା ବ୍ୟବହାର କରିବା ସହିତ ସେମାନଙ୍କୁ ୩୭ ହଜାର ଟଙ୍କା ଦିଆଯିବ । ପ୍ରମୁଖ ସଚିବ ଏବଂ ସଚିବ ରାଙ୍କର ଅଧିକାରୀଙ୍କ ସିଆଜ, ହୋଣ୍ଡା-ସିଟି ଗାଡି ଚଢିବା ପାଇଁ ୩୦ ହଜାର ଟଙ୍କା ସୀମା ନିର୍ଦ୍ଧାରଣ ହୋଇଛି। ସର୍ବୋଚ୍ଚ ସ୍ତରର ଅଧିକାରୀ ମାନେ ଇନୋଭା, ହେକ୍ସା. ଏକ୍ସୟୁଭି-୫୦୦ ଗାଡି ବ୍ୟବହାର କରିପାରିବେ ଏଥିପାଇଁ ୪୨ ହଜାର ଟଙ୍କା ରଖାଯାଇଛି।

ସେହିପରି ବିଡିଓ କିମ୍ବା ତହସିଲଦାର ୩୧ ହଜାର ଟଙ୍କା ଯାଏଁ ଗାଡ଼ି ବାବଦକୁ ଭଡା ଦେଇପାରିବେ। ଜିଲ୍ଲା ବା ରେଞ୍ଜ୍ ସ୍ତର, ବିଭାଗୀୟ ନିର୍ଦ୍ଦେଶାଳୟ, ସଚିବାଳୟର ଅଧିକାରୀ ୨୦ ହଜାର ଟଙ୍କା ଭଡା ଦେଇପାରିବେ। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ମାନେ ସ୍ୱିଫ୍ଟ ଡିଜାଇର, ଇଟିଅସ ଗାଡି ଚଢିପାରିବେ। ଭଡା ବାବଦକୁ ସର୍ବାଧିକ ୨୬ ହଜାର ଟଙ୍କା ଦେବେ ସରକାର।

ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସମାନର ଶିକ୍ଷାନୁଷ୍ଠାନକୁ ସରକାର ମାସିକ ୮୫ ହଜାର ଟଙ୍କା ପ୍ରଦାନ କରିବେ। ଏବଂ ସେମାନେ ଯେଉଁ ପ୍ରକାରର ଗାଡି ଭଡ଼ାରେ ନେଇପାରିବେ ତାହା ହେଉଛି ମିନି ବସ୍ (୩୦-୩୨ ସିଟ୍ ବିଶିଷ୍ଟ)।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...