AFFILIATE MARKETING

https://binomo.com?a=90810425bb57&t=0

Thursday, August 31, 2023

ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ

 COASTAL NEWS Odia 538

ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ



ଭୁବନେଶ୍ବର - ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ପରିମାଣ ୫୦% ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ହାଉସ ସର୍ଜନମାନଙ୍କର ଅନୁରୋଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ କ୍ୟାଡ଼ରରେ ଆସିଷ୍ଟାଣ୍ଟ ସର୍ଜନଙ୍କୁ ସରକାରୀ ଚାକିରିରେ ଏଂଟ୍ରି ଲେଭଲରେ ପ୍ରଦାନ କରୁଥିବା ଦରମା ଓ ଭତ୍ତାର ୫୦%କୁ ଡାଇନୋମିକ ଷ୍ଟାଇପେଣ୍ଡ ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିଜ୍ଞପ୍ତି ସହ ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ । ରାଜ୍ୟ ସରକାର ମଧ୍ୟ ଦେବଗଡ଼ ଜିଲ୍ଲାରେ ୧୦ଜଣ ଅଧିକ ସ୍ପେଶାଲିଷ୍ଟଙ୍କୁ ମୁତୟନ କରିଛନ୍ତି ।  ସେଥିରେ ମେଡିସିନ, ସର୍ଜରୀ, ଶିଶୁରୋଗ, ଆନ୍ଥେସେସିଆ, ଅର୍ଥୋପେଡ଼ିକ, ସାଇକାଟ୍ରିକ୍ , ଇଏନଟି, ଚକ୍ଷୁ ଓ ପଲ୍ୟୁମନାରୀ ମେଡିସିନ୍ ବିଶେଷଜ୍ଞ ଆଦି ସାମିଲ ଅଛନ୍ତି । ଏହି ବିଶେଷଜ୍ଞମାନଙ୍କ ନିଯୁକ୍ତି ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପରିଦୃଶ୍ୟରେ ସୁଧାର ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଜର ୯୦ଜଣ କର୍ମଚାରୀ(ନର୍ସ ଓ ମେଡିକାଲ କର୍ମଚାରୀ)ଙ୍କୁ ୩ଟି ଦଫାରେ ସିଙ୍ଗାପୁର ପଠାଇବ । ଏହି ଏକ୍ସପୋଜର ଭିଜିଟ ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

 #public #cuttack #Kendrapara #AUL#Odisha #jajpur #Bhadraknews #berhampurnews#news #news #Bhadraknews #kendraparanews #rourkelanews #PuriNews#berhampurnews #PuriNews #berhampurnews 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...