AFFILIATE MARKETING

https://binomo.com?a=90810425bb57&t=0

Friday, August 25, 2023

ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ

 COASTAL NEWS Odia 484

ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ 



ସଇଁତଳା - ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି ମହିଳା ପୁଲିସ ଏସଆଇ । ସଇଁତଳା ଥାନାରେ କାର୍ଯ୍ୟରତ ଏସ. ଆଇ କାଜଲ ବାଗ ଗତ ରାତିରେ ବିଷ ପିଇ ଦେଇଥିବା ଜଣାପଡିଛି । ତେବେ କାଜଲ ବାଗ ପ୍ରେମରେ ପ୍ରତାରିତା ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ଆଲୋଚନା ହେଉଥିବା ବେଳେ ଏନେଇ ପାଟି ଫିଟାଉନି ପୁଲିସ୍‌ ।

ଗତକାଲି ରାତିରେ ସଇଁତଳା ଗୋପବନ୍ଧୁନଗର ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ପିଇ ଦେଇଥିଲେ। ଅନ୍ୟ କିଛି ପୁଲିସ କର୍ମଚାରୀ ପହଞ୍ଚି କାଜଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ।

ଭୀମଭୋଇ ମେଡିକାଲର ମେଡ଼ିସିନ ୱାର୍ଡରେ ଗତକାଲି ରାତି ଦୁଇଟାରେ କାଜଲଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଘଟଣା ପ୍ରଘଟ ହେବା ଭୟରେ କାଜଲଙ୍କୁ ହସ୍ପିଟାଲରୁ ଅନ୍ୟ କେଉଁ ସ୍ଥାନକୁ ନେଇଥିବା ଚର୍ଚ୍ଚା ହେଉଛି ।

ଏସ.ଆଇ କାଜଲ ବାଗ ବିଷ ଖାଇବାର କାରଣ ଜଣାପଡ଼ିନାହିଁ । ଜଣେ ପୋଲିସ ବାବୁଙ୍କ ପ୍ରେମରେ ପଡି, ପ୍ରତାରଣାରୁ ବିଷ ପିଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାକୁ ଗୋପନ ରଖିବାକୁ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଏପରିକି ଗଣମାଧ୍ୟମ ପ୍ରତିନିଧୀଙ୍କୁ କାଜଲ ବାଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ନ ଦେବାକୁ କଡ଼ାକଡ଼ି ଭାବେ କୁହାଯାଇଛି।

ଏନେଇ କାଜଲ ବାଗଙ୍କ ପଡ଼ୋଶୀ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ କିଛି ପୁଲିସ୍‌ କର୍ମଚାରୀ ପହଞ୍ଚି କବାଟ ବାଡ଼େଇଲେ। ଏହାପରେ ସିଡି ପକାଇ ପ୍ରଥମ ମହଲାରେ ରହୁଥିବା କାଜଲ ବାଗଙ୍କ ନିକଟରୁ ଯାଇଥିଲେ। ସେଠାରୁ ସେମାନେ ତାଙ୍କୁ ଧରି ମେଡିକାଲ ନେଇ ଯାଇଥିଲେ। ମେଡିକାଲ ନେବା ବେଳେ କାଜଲଙ୍କ ଅବସ୍ଥା ଭଲ ନ ଥିବା କହିଛନ୍ତି ତାଙ୍କ ପଡ଼ୋଶୀ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...